//BREAKING//
Loading...

ଦଶପଲ୍ଲା ଓକିଲ ସଂଘର ନିର୍ବାଚନ

 



ଦଶପଲ୍ଲା : -  ରାଜ୍ୟ ଆଇନଜୀବୀ ପରିଷଦ ନିର୍ଦ୍ଦେଶ  କ୍ରମେ  ତା ୨୯.୦୩.୨୫ ରିଖ ରେ ଦଶପଲ୍ଲା ଓକିଲ ସଂଘ (ଦଶପଲ୍ଲା ବାର) ର ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି। ରାଜ୍ୟ ଆଇନଜୀବୀ ପରିଷଦ ଦ୍ବାରା ସ୍ଵୀକୃତ ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ କୃଷ୍ଣ ଚନ୍ଦ୍ର ଦାସ ନିର୍ବାଚନ ପରିଚାଳନା କରି୨୦୨୫-୨୬ ବର୍ଷପାଇଁ ନିମ୍ନମତେ ନିର୍ବାଚିତ କର୍ମକର୍ତ୍ତା ମାନଙ୍କ ନାମ ଘୋଷଣା କରିବା ସହିତ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦକୁ ଜଣାଇ ଦେଇଛନ୍ତି। ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀ ସୁଶାନ୍ତ କୁମାର ପାତ୍ର,ସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ବେହେରା,ଉପସଭାପତି ଶ୍ରୀ କୃଷ୍ଣ ଚନ୍ଦ୍ର ଦାସ,ସହ ସମ୍ପାଦକ ଶ୍ରୀ ମନୋରଞ୍ଜନ ମିଶ୍ର, ଲାଇବ୍ରେରୀ ସମ୍ପାଦକ ଶ୍ରୀ କେଶବ ଚନ୍ଦ୍ର ମିଶ୍ର ଓ କୋଷାଧ୍ୟକ୍ଷ ଶ୍ରୀ ପ୍ରଣବ ପ୍ରଜ୍ଞା ମିଶ୍ର ଏବଂ କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ ସର୍ବଶ୍ରୀ ଗୌର ଚନ୍ଦ୍ର ମିଶ୍ର,ମାନସ କୁମାର ମହାଖୁଡ,ଦିଲ୍ଲୀପ କୁମାର ପଣ୍ଡା,ଆଲୋକ ସେନାପତି ଓ ଉପେନ୍ଦ୍ର କୁମାର ମିଶ୍ର ଙ୍କ ନାମ ନିର୍ବାଚନ ଅଧିକାରୀ ଶ୍ରୀ ଦାସ ଘୋଷଣା କରିଛନ୍ତି।ପ୍ରକାଶ ଥାଉକି ଖୁସିର କଥା ଯେ ସମସ୍ତ ପଦବୀ ପାଇଁ କର୍ମକର୍ତ୍ତା ମାନେ ନିର୍ଦ୍ବନ୍ଦରେ  ନିର୍ବାଚିତ  ହୋଇଥିଲେ ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ଦାସ ଏକ ବିବୃତିରେ ଅବଗତ କରାଇଛନ୍ତି।

                       
(ନ୍ୟୁଜହେଡ଼ ରତ୍ନାକର ହୋତାଙ୍କ ରିପୋର୍ଟ )

Post a Comment

Previous Post Next Post

ଉତ୍ସର୍ଗ ନ୍ୟୁଜ ଆରମ୍ଭ ମାତ୍ର

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe