★ ବନପ୍ରେମୀ ରାଜ୍ କୁମାର
ଦଶପଲ୍ଲା :- ଜଙ୍ଗଲ ଓ ପ୍ରାକୃତିକ ସମ୍ପଦର ଦୃତ ଅବକ୍ଷୟ ଓ କଳ କାରଖାନା ବୃଦ୍ଧି ଯୋଗୁଁ ସମାଜ, ସଭ୍ୟତା ଓ ପରିବେଶ ପ୍ରଦୂଷଣ ହେବା ସହିତ ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଘଟିଛି । ଏହା ପ୍ରାଣୀ ଜଗତ ପାଇଁ ସାଙ୍ଘାତିକ ସମସ୍ୟା ଭାବେ ଠିଆ ହେଇଛି । ପ୍ରତିଦିନ ନିପ୍ପଳ ମାତ୍ରାରେ ଜଙ୍ଗଲ ନଷ୍ଟ ହେବା ଯୋଗୁଁ ଜୈବ ବିବିଧତା ଧ୍ବଂସ ହେବା ସହିତ କେତେକ ବିରଳ ପ୍ରଜାତିର ବନ୍ୟ ଜନ୍ତୁ , ପଶୁପକ୍ଷୀ ଲୋପ ପାଇ ଗଲେଣି । ମାନବ ସଭ୍ୟତା ବର୍ତ୍ତମାନ ଦୁର୍ଦ୍ଦିନ ଓ ଘଡି ସନ୍ଧି ମୁହୂର୍ତ୍ତରେ ପହଞ୍ଚିଛି । ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ଚଢ଼ିବା ସହିତ ଜଙ୍ଗଲ ବାସୀଙ୍କ ଜୀବନ ଜୀବିକାର ମୂଳଉତ୍ସ ,ଗ୍ରାମ୍ୟ ଜଙ୍ଗଲ ଶ୍ରୀହୀନ ହେଇ ଗଲାଣି । ଜଙ୍ଗଲ ଉପରେ ନିର୍ଭର କରୁଥିବା ଆଦିମ ଅଧିବାସୀଙ୍କ ଜୀବନ ଜୀବିକା ଅତି ବିପନ୍ନ ହୋଇପଡିଛି । ଏହାର ସମାଧାନ ମାନନ ଛାତରେ । ମାନବକୃତ ଏ ସଙ୍କଟରୁ ମୁକ୍ତି ପାଇନା ପାଇଁ ସମଗ୍ର ସମାଜ ବୃକ୍ଷ ରୋପଣ ଓ ସଂରକ୍ଷଣ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ବିଚାର କରିବାର ବେଳ ଆସିଛି । ଜଙ୍ଗଲ ସୁରକ୍ଷା କରିବା ସହିତ ବୃକ୍ଷ ରୋପଣ ପ୍ରତି ଦୃଷ୍ଟି ଦେବା ଅତ୍ୟନ୍ତ ଜରୁରୀ ମନେକରି ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ବାଣୀଗୋଛା ପଶ୍ଚିମ ବନାଂଚଳର ଯୁବ ବନପାଳ ରାଜକୁମାର ଶତପଥୀ ଦଶପଲ୍ଲା ପଶ୍ଚିମାଞ୍ଚଳ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ ସମେତ , ଅନେକ ଖାଲି ସ୍ଥାନରେ ସରକାରୀ ଭିବରେ ବୃକ୍ଷରୋପଣ କରିଥିଲେ ମଧ୍ୟ , ବ୍ୟକ୍ତିଗତ ଭାବରେ ଏହି ବୃକ୍ଷ ଗୁଡିକର ସ୍ବତନ୍ତ୍ର ଯତ୍ନ ନେଉଥିବା ଦେଖିବାକୁ ମିଳୁଛି । ତାକଂର କହିବା ଅନୁସାରେ କେବଳ ବୃକ୍ଷରୋପଣ କରି ନିଜର ସରକାରୀ ଦାଇତ୍ବ ସାରିଦେଲେ ଚଳିବ ନାହିଁ । ପ୍ରତିବୃକ୍ଷ ଅତିକମ୍ ରେ ନିଜର ପ୍ରଥମ ଜନ୍ମଦିନ ,ଦ୍ବିତୀୟ ଜନ୍ମଦିନ ଓ ତୃତୀୟ ଜନ୍ମଦିନ ମଧ୍ୟ ପାଳନ କରିବା ଉଚିତ୍ । ଏହି ତିନିବର୍ଷ ଏକ ବୃକ୍ଷ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ବୃକ୍ଷ ସହିତ ଗୋଷ୍ଠୀର ମଧ୍ୟ ଉନ୍ନତି ହେବା ଦରକାର । ତେଣୁ ବ୍ୟକ୍ତିଗତ ଉଦ୍ୟମରେ ଦିଗତ ବହୁ ବର୍ଷ ଧରି ଦଶପଲ୍ଲା ଓ ବଉଦ ଜିଲ୍ଲାର ଆଦିବାସୀ ବହୁଳ ବହୁ ଗ୍ରାମ ପଞ୍ଚାୟତରେ ଥିବା ବଞ୍ଚିତ, ଅବହେଳିତ, ବଳିତ, ଆଦିବାସୀ ମହିଳା,ଶିଶୁ, ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମଙ୍କ ନିକଟରେ ବନ ବିଭାଗ ଦ୍ବାରା ପ୍ରଦତ୍ତ ସରକାରୀ ଜନ ମଙ୍ଗଳ ଯୋଜନାର ସୁଫଳ କିପରି ପହଞ୍ଚି ପାରିବ ସେଥି ନିମନ୍ତେ ନିରନ୍ତର ଗଣ ସଚେତନତା କାର୍ଯ୍ୟକ୍ରମ କରି ଆସୁଥିବା ସହିତ , ବନ୍ୟପ୍ରାଣୀ ,ଗ୍ରାମୀଣ ଜଙ୍ଗଲ ଓ ପରିବେଶ ସୁରକ୍ଷା ଦିଗରେ ମଧ୍ୟ ଗ୍ରାମ ଗୋଷ୍ଠୀଙ୍କୁ ଉତ୍ସାହିତ କରି ଆସୁଛନ୍ତି ।
Post a Comment