//BREAKING//
Loading...

ଦଶପଲ୍ଲା ରେ ପାଳିତହେଲା ବି ଜେ ପି ର ପ୍ରତିଷ୍ଠା ଦିବସ

 



ଦଶପଲ୍ଲା : - ପ୍ରତିବର୍ଷ ଏପ୍ରିଲ୍ ୬ ତାଳିଖକୁ ଭାରତୀୟ ଜନତା ପାର୍ଟୀ ର ସ୍ଥାପନା ଦିବସ ଵା ପ୍ରତିଷ୍ଠା ଦିବସ ରୂପେ  ପାଳନ କରାଯାଏ । ପୁର୍ବବର୍ଷ ପରି ,ଏ ବର୍ଷ ମଧ୍ୟ ଦଶପଲ୍ଲା ବ୍ଲକର ମଧ୍ୟଖଣ୍ଡ, ବାଣୀଗୋଛା  ଓ  ଏନ୍ ଏ ସି ର  ବିଭିନ୍ନ ସ୍ଥାନ ରେ ବି ଜେ ପି ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ଏ । ଏହି କାର୍ଯ୍ୟକ୍ରମକୁ ଡ ଆମ୍ବେଦକର ଙ୍କ ଜୟନ୍ତୀ  ପର୍ଯ୍ୟନ୍ତ  ପାଳନ କରାଯିବ  ଇତ୍ୟାବସରରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଯଥା ସ୍ୱଚ୍ଛତା କାର୍ଯ୍ୟକ୍ରମ, ଦଳିତ ବସ୍ତି ର ସ୍ୱଚ୍ଛତା , ମଠ ମନ୍ଦିର ସ୍ୱଚ୍ଛତା ,ସହିତ ସରକାର ଙ୍କ ବିଭିନ୍ନ ଯୋଜନା ବିଷୟରେ ସଚେତନ କରାଯିବ ।  ଡବଲ ଇଂଜିନ ସରକାର ଯୋଜନା ବିଷୟରେ  ଜନସାଧାରଣ କୁଂ ଅବଗତ କରିବା ସହିତ , ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା  ଓ ତାର ସମାଧାନ ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ଙ୍କୁ ଅବଗତ କରାଯିବ  ଏବଂ ଜନତାଙ୍କ ଦୁଃଖ ଓ ସୁଖ ରେ ଦଳ ସହାଭାଗୀ ହେବ । ପ୍ରକାଶ ଥାଉକି ଆଜି ଦଶପଲ୍ଲା ବିଜେପି କାର୍ଯ୍ୟାଳୟ, ଵାଣିଗୋଛ ମଣ୍ଡଳ ,ଫାଲପାଦୁ, ନୂଆଗାଁ ଦୋଳମୁଣ୍ଡେଇ, ଦୁଡ଼ା  ଓ ମଧ୍ୟଖଣ୍ଡ ର ଡିହଗାଁ ଠାରେ ଦଳୀୟ କାର୍ଯ୍ୟକର୍ତ୍ତା  ମାନେ ଏହି ଦିବସ ପାଳନ କରିବା ସହ ,ନିଜ ନିଜ ଘରେ ବିଜେପି ପତାକା କୁ ଉତ୍ତଳନ  କରିଥିଲେ । ବିଜେପି  ଦଳର ର ପ୍ରତିଷ୍ଠା ବିଷୟରେ ,ସଙ୍ଘ ପରେ ଜନସଙ୍ଘ ପରେ ୧୯୮୦ ଅପ୍ରେଲ ୬ ତାରିଖ ମାନନୀୟ ବାଜପେୟୀ ଙ୍କ ସଭାପତିତ୍ୱରେ ଏବଂ ଆଡଭାନି ଙ୍କ ନେତୃତ୍ୱ ଦଳ ସ୍ଥାଇତ୍ବ ହେବାପରେ , ଆଜି ମୋଦୀ ଙ୍କ ନେତୃତ୍ୱ ଡବଲ ଇଂଜିନ ସରକାର ଚାଲିଛି ଏବଂ ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ଭାବରେ ଭାରତୀୟ ଜନତା ପାର୍ଟୀ  ଆଜି ତାର ଅସ୍ତିତ୍ବ ଜାହିର କରିଛି । ଏହି କାର୍ଯ୍ୟକ୍ରମ ରେ ବିଜେପି ର ଓବିସି ମୋର୍ଚା ସଭାପତି ଜ୍ଞାନ ରଞ୍ଜନ ସାହୁ, ଏନ୍  ଏ  ସି ର ସଭାପତି ମନୋଜ ସାହୁ, ସାଂସଦ ପ୍ରତିନିଧି ( ବ୍ଲକ ) କିଶୋର ଚନ୍ଦ୍ର ଦଳ ବେହେରା, ଏନ୍ ଏ ସି ର ସାଂସଦ ପ୍ରତିନିଧି ଅଞ୍ଜନ ଦାସ,ବସନ୍ତ ମୁଦୁଲି ସାଧାରଣ ସମ୍ପାଦକ ଵାଣିଗୋଚ୍ଛା ମଣ୍ଡଳ, ପୂର୍ଣ୍ଣ ଚନ୍ଦ୍ର ନାୟକ ଶକ୍ତି କେନ୍ଦ୍ର ଯୁବ ପ୍ରମୁଖ ,ନୂଆଗାଁର ବରିଷ୍ଠ ସଂଗଠକ ପଦ୍ମ ଚରଣ ଯାନୀ ,ଉଦୟ ଅମାନ୍ତ,ମାନସ ରଞ୍ଜନ ନାୟକ , ମଧ୍ୟଖଣ୍ଡ ମଣ୍ଡଳ ୧୧ନମ୍ୱର ଜୋନର ସଭାପତି ଭାଗ୍ୟଲକ୍ଷ୍ମୀ ଦାସ ଙ୍କ ନେତୃତ୍ବରେ ଡିହଗାଁ ପଞ୍ଚାୟତ ର ସିଦ୍ୟେଶ୍ଵର୍ ମନ୍ଦିର ଠାରେ ପ୍ରତିଷ୍ଟା ଦିବସ ପାଳିତ ହୋଇଯାଇଛି ଏଥିରେ ବନମାଳୀ ମିଶ୍ର  , ଚିତ ରଂଜନ ମିଶ୍ର  , ଚନ୍ଦନ ରାଉତ କଂ ଭଳି ୬ପଞ୍ଚାୟତ ର ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

                      
(ଚିତ ରଂଜନ ମିଶ୍ରଙ୍କ ରିପୋର୍ଟ )



Post a Comment

Previous Post Next Post

ଉତ୍ସର୍ଗ ନ୍ୟୁଜ ଆରମ୍ଭ ମାତ୍ର

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe