ଦଶପଲ୍ଲା : ଦଶପଲ୍ଲା ଥାନା ଅଧୀନରେ ଥିବା ମଧ୍ୟଖଣ୍ଡ ଫାଣ୍ଡିରେ ଫାଣ୍ଡି ଅଧିକାରୀ ଭାବରେ ଦାୟୀତ୍ୱ୍ୱ ଭାର ଗ୍ରହଣ କରିଛନ୍ତି ରଣପୁର ରୁ ଆସିଥିବା ପୋଲିସ ଅଧିକାରୀ ବିଶ୍ୱ ଭୂଷଣ ସିଂହ ।ଫାଣ୍ଡିରେ ଯୋଗଦେବା ପରେ ସେ ମଧ୍ଯଖଣ୍ଡ ଫାଣ୍ଡି ଅଧୀନରେ ଦୈନଦିନ ଘଟୁଥିବା ଘଟଣା, ଦୁର୍ଘଟଣା ଉପରେ ନଜର ରଖିବା ସହିତ ଅସାମାଜିକ କାର୍ଯ୍ୟ କଳାପ ଉପରେ ରୋକ ଲଗାଇବା ପାଇଁ ଚେଷ୍ଟା ଜାରି ରଖିବେ ବୋଲି କହିଛନ୍ତି ।ଅପରପକ୍ଷେ କିଭଳି ଭାବରେ ଲୋକମାନଙ୍କ ମନରେ ପୋଲିସ ଉପରେ ଥିବା ଆସ୍ଥା ଓ ଭରସା କୁ ଅଧିକ ମଜବୁତ କରାଯାଇପାରିବ ସେ ନେଇ ସେ ବିଶେଷ ଧ୍ୟାନଦେବେ ବୋଲି କହିଛନ୍ତି ।
Post a Comment