//BREAKING//
Loading...

ନିଆରା ଭାବରେ ହୋଲି ଉତ୍ସବ ପାଳିଲା ୟୁଥ ୟୁନାଇଟେଡ଼ କ୍ଲବ

 



ଦଶପଲ୍ଲା : ରଙ୍ଗରପର୍ବ ହୋଲି ଆସିବା ମାତ୍ରେ ସମସ୍ତଙ୍କ ମନରେ ଉତ୍ସାହ ଭରିଯାଏ।ରଙ୍ଗର ପର୍ବ ହୋଲିକୁ ପ୍ରତ୍ୟେକଟି ଓଡ଼ିଆ ଏକ ଭାଇଚାରାର ପର୍ବ ଭାବରେ ପାଳନ କରିଥାନ୍ତି ।ସେହିଦିନ ସମସ୍ତ ରାଗରୁଶା, ଅଭିମାନ କୁ ଭୁଲି ପରସ୍ପର ମଧ୍ୟରେ ଅବିର ଲଗାଇ ହୋଲି ଖେଳିଥାନ୍ତି ।ଏବର୍ଷର ହୋଲିକୁ ଆହୁରି ରଙ୍ଗୀନ କରିବା ପାଇଁ ଦଶପଲ୍ଲା ବ୍ଲକ ଟାକରା ଠାରେ ଥିବା ଅଗ୍ରଣୀ ଯୁବ ଅନୁଷ୍ଠାନ ୟୁଥ ୟୁନାଇଟେଡ଼ କ୍ଲବ ଏକ ନିଆରା ପ୍ରୟାସ କରିଛି। ଯାହାକି ସକାଳ ୭ ଘଟିକାରେ ବାବା ସିଦ୍ଧେସ୍ୱର ପୀଠ ପ୍ରାଙ୍ଗଣରେ ଏକ ସ୍ୱତନ୍ତ୍ର ମନୋରଞ୍ଜନ କାର୍ଯ୍ୟକ୍ରମ ହୋଲି ଉତ୍ସବ - ୨୦୨୫ ନାମରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏଥିରେ ଅଞ୍ଚଳର ପ୍ରତିଭାବାନ କୁନିକୁନି କଳାକାରଙ୍କୁ ନେଇ ନାଚ, ଗୀତ, ଖେଳ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ସହିତ ଛେନାପୋଡ଼ କାଟି ପରିଶେଷରେ ରଙ୍ଗଖେଳି 


ସମସ୍ତଙ୍କୁ ମିଠାଖୁଆଇ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା କୁନି କଳାକାର ଙ୍କୁ ପୁରସ୍କୃତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ପ୍ରକାଶ ରଂଜନ ବିଶ୍ୱାଳ, ସମ୍ପାଦକ ଅନିଲ କୁମାର ପରିଡ଼ା ଉପସ୍ଥିତ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ କ୍ଲବର ସଭ୍ୟ ନିର୍ମଳ ବାରିକ, ଅବିନାଶ ତ୍ରିପାଠୀ, ମାନସ କୁମାର ପରିଡ଼ା, ସନ୍ତୋଷ କୁମାର ସାହୁ, ଅଶୋକ କୁମାର ସାହୁ, ପ୍ରକାଶ କୁମାର ନାୟକ, ବିଭୁଦତ ନାୟକ, ବ୍ରଜ କିଶୋର ମହାପାତ୍ର,ଛବିରାଜ ସାହୁ, ଶିବାନନ୍ଦ ସାହୁ ଉପସ୍ଥିତ ଥିଲେ ।ସିଦ୍ଧେଶ୍ୱର ମନ୍ଦିର ପରିଚାଳନା କମିଟି ସଭାପତି ବାବୁଲି ସାହୁ, ଉପ - ସଭାପତି ଅଭିମନ୍ୟୁ ସାହୁ, ସଭ୍ୟ ପ୍ରଦୀପ କୁମାର ସାହୁ,ସମିତିସଭ୍ୟ ପ୍ରଶାନ୍ତ କୁମାର ଦଳବେହେରା,ଶିକ୍ଷାବିତ ପ୍ରମୋଦ କୁମାର ସାହୁ, ସମାଜସେବୀ ଅର୍ଦ୍ଧ୍ୱେନ୍ଦୁ ତ୍ରିପାଠୀ, ଶ୍ୟାମଘନ ନାୟକ,


ପ୍ରମୁଖ ସାମିଲ ଥିଲେ। ଏହି କାର୍ଯ୍ୟକ୍ରମରେ ପଂଚାୟତର ବହୁ କୁନିକୁନି କଳାକାର ଅଂଶ ଗ୍ରହଣ କରିଥିବାବେଳେ କାର୍ଯ୍ୟକ୍ରମ କୁ ସ୍ଥାନୀୟ ଫରେଷ୍ଟର ମାନସ କୁମାର ସାହୁ ଉଦଘାଟନ କରିଥିଲେ । ପ୍ରଥମଥର ଅଂଚଳରେ ୟୁଥ ୟୁନାଇଟେଡ଼ କ୍ଲବ ଏଭଳି ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଉପସ୍ଥିତ ସମାଜସେବୀ, ବୁଦ୍ଧିଜୀବୀ, ଶିକ୍ଷାବିତ ବେଶ ପ୍ରଶଂସା କରିଥିଲେ ।

                                

(ଚିତ ରଂଜନ ମିଶ୍ରଙ୍କ ରିପୋର୍ଟ )

Post a Comment

Previous Post Next Post

ଉତ୍ସର୍ଗ ନ୍ୟୁଜ ଆରମ୍ଭ ମାତ୍ର

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe