ଦଶପଲ୍ଲା - ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ନଛିପୁର ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ଏବଂ ମହା ପୁରୁଷ ମଧୁ ବାବୁ, ଗୋପବନ୍ଧୁ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ପ୍ରତି ମୂର୍ତ୍ତି ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି, ଆୟୋଜିତ ଉତ୍ସବରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସଂଜୀବନୀ ସାମଲ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ପୁରୀ ଉତ୍କଳ ସ୍ୱାଭିମାନ ମଞ୍ଚର ସଭାପତି ରାଧାକାନ୍ତ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ଯୁଗ ପୁରୁଷ ମାନଙ୍କର ଜୀବନୀ ଛାତ୍ରୀ ଛାତ୍ର ଙ୍କୁ ଉଦବୋଧନ ଦେଇଥିଲେ,ସ୍ୱାଭିମାନ ମଞ୍ଚର ବହୁ ସଦସ୍ୟ ମଧ୍ୟ ଉତ୍ସବ ରେ ଯୋଗ ଦେଇଥିଲେ l ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ସାମଲ ଯୁଗ ପୁରୁଷ ମାନଂକର ବିଷୟରେ ପିଲାମାନଙ୍କୁ ବୁଝାଇଥିଲେ ଏବଂ ସମସ୍ତ ଙ୍କୁ ଅତିଥି ମାନଙ୍କୁ ଧନ୍ୟବାଦ ଦେଇ ଥିଲେ, ଉତ୍ସବ ରେ ବିଦ୍ୟାଳୟ ସମସ୍ତ ଶିକ୍ଷୟିତ୍ରୀ ଏବଂ ଶିକ୍ଷକ ବୃନ୍ଦ ଯୋଗଦାନ କରିଥିଲେ।
Post a Comment