କନ୍ଧମାଳ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର ନେତାଜୀ ସୁବାସ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସବୁବର୍ଷ ପରି ଏହି ବର୍ଷ ମଧ୍ୟ ନବାଗତ ଭାବେ ଆସିଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆଜି ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁବାସ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଡକ୍ଟର ସୁନୀଲ କୁମାର ପାତ୍ର (ଅଧ୍ୟକ୍ଷ) ସଭାପତିତ୍ୱ କରିଥିଲେ। ଏବଂ ନବାଗତ ଭାବେ ଆସିଥିବା ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ୟୁନିଫର୍ମ, ଶିକ୍ଷା ଜ୍ୟୋତି ପୋର୍ଟାଲ, ସାଥୀ ପୋର୍ଟାଲ, ଆତ୍ମ ସୁରକ୍ଷା, କ୍ୟାରିଅର କାଉଁସିଲିଂ, ୱେବିନାର ତଥା ଅନ୍ୟାନ୍ୟ ବିଷୟ ଉପରେ ଆଲୋକପାତ କରିଥିଲେ। ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ମାନେ ଯୋଗଦେଇଥିଲେ।ଯୁକ୍ତଦୁଇ ପ୍ରଥମବର୍ଷ ପ୍ରାୟ ୪୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଅତିଥି ପରିଚୟ ଇଂରାଜୀ ଅଧ୍ୟାପକ ଦୁଃଖିଶ୍ୟାମ ମହାରଣା ଓ ଧନ୍ୟବାଦ ଡ଼କ୍ଟର ବନିତା ପଟ୍ଟନାୟକ ଓଡ଼ିଆ ଅଧ୍ୟାପିକା ପ୍ରଦାନ କରିଥିଲେ। ସଭାଶେଷରେ ଦ୍ଵିତୀୟବର୍ଷର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା।
Post a Comment