ଦଶପଲ୍ଲା : - ପବିତ୍ର ଶ୍ରୀରାମ ନବମୀ ବା ଶ୍ରୀରାମଙ୍କ ଜନ୍ମ ତିଥି ଅବସର ରେ ଦଶପଲ୍ଲାର ଅଗ୍ରଣୀ ସେବା ସଂଗଠନ ପବନପୁତ୍ର ସେବା ସମିତି ଦ୍ବାରା ଦୁର୍ଗାବଜାର ସ୍ଥିତ ଶ୍ରୀରାମ ମନ୍ଦିର ନିକଟ ରେ ସୂର୍ଯ୍ୟ ଙ୍କ ପ୍ରଚଣ୍ଡ ଉତ୍ତାପ କୁ ଦୃଷ୍ଟି ରେ ରଖି ବଜାରକୁ ଆସୁଥିବା ପଥଚାରୀ ଓ ଶ୍ରୀରାମ ନବମୀ ପାଳନ କରୁଥିବା ବ୍ରତଧାରୀ ମାନକୁଂ , ଥଣ୍ଡା ଜାତୀୟ ଖାଦ୍ୟ. ତରଭୁଜ. ସେଓ. ଅଙ୍ଗୁର. କଦଳୀ. ଦହି ପଣା ଓ ଥଣ୍ଡା ପାନୀୟ ବଣ୍ଟନ କରିଥିଲେ । ପବନପୁତ୍ର ସେବା ସମିତିର ଏଭଳି ଧାର୍ମିକ କାର୍ଯ୍ୟ କୁ ସାଧାରଣରେ ପ୍ରଶଂସା କରାଯାଉଥିବା ବେଳେ, ଏହି ସଂଗଠନ ଅତିତରେ ବହୁ ସେବାମୂଳକ କାର୍ଯ୍ୟକରି ପ୍ରଶଂସା ଭାଜନ ହୋଇପାରିଛି ।
(ନ୍ୟୁଜହେଡ଼ ରତ୍ନାକର ହୋତାଙ୍କ ରିପୋର୍ଟ )
Post a Comment