//BREAKING//
Loading...

ଦୁର୍ଘଟଣାପ୍ରବଣ ଅଞ୍ଚଳରେ ନିର୍ମାଣ ହେଲା ରମ୍ବଲର୍ସ

 

୫୭ ନଂ ଜାତୀୟ ରାଜପଥରେ କେଵେ ହେବ ରୁମ୍ବଲର ?



ଦଶପଲ୍ଲା : - ଦଶପଲ୍ଲା-ଭଞ୍ଜନଗର ରାଜ୍ୟ ରାଜପଥରେ ଦିନକୁ ଦିନ ଯାନବାହାନ ଚଳାଚଳ ଅଧିକ ହେଉଥିବା ବେଳେ ଦୁର୍ଘଟଣା ହାର ମଧ୍ୟ ବଢ଼ିଚାଲିଛି| ବିଶେଷକରି ବିଭିନ୍ନ କଳକାରଖାନାକୁ କଞ୍ଚାମାଲ୍ ଧରିଯାଉଥିବା ମାଲ୍‌ବାହୀ ଟ୍ରକ୍‌ଗୁଡ଼ିକ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟୁଛି। ଫଳରେ ଅନେକ ମୃତାହତ ହେବା ସହ ବହୁ ଗୁରୁତର ହେଉଛନ୍ତି। ଏହି ରାସ୍ତାଟି ପୂର୍ତ୍ତ ବିଭାଗ ଅଧୀନରେ ରହିଥିବା ବେଳେ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଦୁର୍ଘଟଣାପ୍ରବଣ ଅଞ୍ଚଳରେ ନିର୍ମାଣ କରାଯାଇଛି ରମ୍ବଲର୍ସ ଏଥି ସହିତ ରାସ୍ତାର ଉଭୟ ପାର୍ଶ୍ଵରେ ମେଟାଲ ବିମ୍ କ୍ରସ୍ ବ୍ୟାରିୟର୍ ନିର୍ମାଣ କରାଯାଇଛି। ଦୁର୍ଘଟଣାପ୍ରବଣ ଅଞ୍ଚଳରେ ଯାନବାହାନ ଗୁଡ଼ିକର ସ୍ପିଡ୍‌ ବା ଗତିକୁ କମାଇବା ପାଇଁ ଏଭଳି ପ୍ରୟାସ କରାଯାଇଥିବା ବିଭାଗୀୟ ଯନ୍ତ୍ରୀ କହିଛନ୍ତି । ସାକେଣି ନିକଟସ୍ଥ ଅଞ୍ଚଳର ୪ରୁ ୫ଟି ସ୍ଥାନରେ ଏଭଳି ନିର୍ମାଣ କରାଯାଇଥିବା ସେ କହିଛନ୍ତି।ତେବେ ୫୭ ନଂ ଜାତୀୟ ରାଜପଥର କୂଆଁରିଆ ଠାରୁ ଶାଳଭଂଗା ମଧ୍ୟରେ ପ୍ରତିଦିନ ଘଟୁଥିବା ଦୁର୍ଘଟଣା ପାଇଁ କେବେହେବ ରୁମ୍ବଲର ତାହା ଦେଖିବାକୁ ବାକି ରହିଲା ।

                         
(ନ୍ୟୁଜହେଡ଼ ରତ୍ନାକର ହୋତାଙ୍କ ରିପୋର୍ଟ )

Post a Comment

Previous Post Next Post

ଉତ୍ସର୍ଗ ନ୍ୟୁଜ ଆରମ୍ଭ ମାତ୍ର

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe