ଦଶପଲ୍ଲା - ଶୁକ୍ରବାର ଦଶପଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ଅନୁଷ୍ଠାନ ମାନଙ୍କରେ ମାତୃଭାଷା ଦିବସ ପାଳିତ ହୋଇଯାଇଛି, ଏହି ଉପଲକ୍ଷେ ନଛିପୁର ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଅନ୍ତର୍ଜାତୀୟ ମାତୃ ଭାଷା ଦିବସ ପାଳିତ ହୋଇଥିଲା,ଏଥିରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସଂଜିବନୀ ସାମଲ ସଭାପତିତ୍ୱ କରିଥିଲେ, ପ୍ରଧାନ ଶିକ୍ଷୟିତ୍ରୀ ଏବଂ ବରିଷ୍ଠ ଶିକ୍ଷୟିତ୍ରୀ କଳ୍ପନା ଗଜେନ୍ଦ୍ର ମାତୃଭାଷା ବିଷୟରେ ସ୍କୁଲର ଛାତ୍ରଛାତ୍ରୀ ଉଦବୋଧନ ଦେଇଥିଲେ,ଏଥିରେ ସମସ୍ତ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ,ବହୁଛାତ୍ରୀ ଏବଂ ଛାତ୍ର ମାତୃଭାଷା ଉପରେ ମଧ୍ୟ ନିଜେ ନିଜର ମତ ପ୍ରକାଶ କରିଥିଲେ, ଉକ୍ତ କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ, ଏବଂ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ. ପରିଶେଷରେ ପ୍ରଧାନଶିକ୍ଷୟିତ୍ରୀ ସମସ୍ତଙ୍କୁ ଧନ୍ୟଵାଦ ଅର୍ପଣ କରି ସଭାକାର୍ଯ୍ୟ ସମାପନ କରିଥିଲେ ।।
(ଚିତ ରଂଜନ ମିଶ୍ରଙ୍କ ରିପୋର୍ଟ )
Post a Comment