//BREAKING//
Loading...

ଆସନ୍ତା ୪ ରେ ଦଶପଲ୍ଲା ବଣିକ ମହାସଂଘ ର ୧୪ ତମ ବାର୍ଷିକ ଉତ୍ସଵ :୧୦ ଘଣ୍ଟା ପାଈଁ ବ୍ୟବସାୟୀ ପ୍ରତିଷ୍ଠା ବନ୍ଦ

 


ଦଶପଲ୍ଲା-ଦଶପଲ୍ଲାର ୧୪ ଗୋଟି ବଣିକ ସଙ୍ଘ କୁ ନେଇ ଗଠିତ ମହାବୀର ବଣିକ ମହାସଂଘ ଚତୁର୍ଦ୍ଧଶ ତମ ବାର୍ଷିକ ଉତ୍ସଚ ପାରମ୍ପରିକ ରୀତି ରେ ଆସନ୍ତା ୪ ତାରିଖ ମଙ୍ଗଳବାର ଦିନ ମହା ସମାରୋହ ରେ ପାଳନ ହେବ ବୋଲି ମହାସଂଘ ର ସଭାପତି ଅଲେଖ ସାହୁ ଏକ ପ୍ରେସ ନୋଟ ରେ ପ୍ରକାଶ କରିଛନ୍ତି. ଉକ୍ତ ଦିନ ପ୍ରତ୍ୟୁଷ ରୁ ଦିନ ୩ ଘଣ୍ଟା ପର୍ଯ୍ୟନ୍ତ ଦଶପଲ୍ଲା ର ସମସ୍ଥ ବ୍ୟବସୟୀ ପ୍ରତିଷ୍ଠାନ ଏହି ବାର୍ଷିକ ଉତ୍ସବ ରେ ସାମିଲ ହୋଇ ଦୋକାନ ବଜାର ୧୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ. କେତେକ ଅତ୍ୟାବଶ୍ୟକ ଦୋକାନ ଓ ପ୍ରତିଷ୍ଟାନ କୁ ଏଥିରୁ ବାଦ ଦିଆ ଯାଇଛି ବୋଲି ସଭାପତି ଶ୍ରୀ ସାହୁ ସୂଚନା ଦେଇଛନ୍ତି.ଏହି ଦିବସ ରେ ଦଶପଲ୍ଲା ର ପ୍ରବେଶ ପଥ ବିଶ୍ଵକର୍ମା ବଜାର ଠାରୁ ଏକ ବାଇକ ଶୋଭାଯାତ୍ରା ସମସ୍ଥ ବଜାର ପରିକ୍ରମା କରି ଦଶପଲ୍ଲା ର ଆରାଧ୍ୟ ଦେବ ଶ୍ରୀ ମହାବୀର ଙ୍କ ମନ୍ଦିର ଠାରୁ ପ୍ରତ୍ୟାବର୍ତନ କରି ମହାସଂଘ ର ନିଜସ୍ୱ କାର୍ଯ୍ୟାଳୟ ଭାରତ ପେଟ୍ରୋଲ ପମ୍ପ ନିକଟକୁ ଆସିବ. ସହର ର ବିଭିନ୍ନ ସ୍ଥାନ ରେ ଥିବା ମହାପୁରୁଷ ମାନଙ୍କୁ ମାଲ୍ୟାର୍ପଣ କରିବା ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବ. ଵୃଦ୍ଧାଶ୍ରମ ଓ ଡାକ୍ତରଖାନା ରେ ଥିବା ଦୁସ୍ଥ ରୋଗୀଙ୍କୁ ଫଳ ବଣ୍ଟନ କାର୍ଯ୍ୟକ୍ରମ ରହିଛି. ମୁଖ୍ୟ ଅଧିବେଶନ ପୂର୍ବ ରୁ ବଣିକ ମାନଙ୍କ ଏକତା ପତାକା ଉତୋଳନ ପରେ ମହାସଂଘ ର ନୂତନ କର୍ମକର୍ତା ଙ୍କ ଶପଥ ପାଠ ଓ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା. ଏହି ସାରସ୍ୱତ ଉତ୍ସଵ ସ୍ଥାନୀୟ କନ୍ଧମାଳ ସାଂସଦ, ଦଶପଲ୍ଲା ବିଧାୟକ ଓ ଜନ ପ୍ରତିନଧି ଏବଂ ପ୍ରଶାସନିକ ଅଧିକାରୀ ମାନଙ୍କୁ ସଭା କୁ ନିମଂତ୍ରଣ କରାଯାଇଛି. ଏ ପରିପ୍ରେକ୍ଷୀ ରେ ଦୁଇ ଜଣ ବାର୍ଷିଆନ ବ୍ୟବସାୟୀ ଓ ଦୁର୍ଗା ବଜାର କୁ ଶୃଙ୍ଖଳିତ ବାଜ଼ାର ଭାବେ ସମ୍ବର୍ଦ୍ଧନା କରାଯିବ. ଦିବଂଗତ ୮ ଜଣ ବ୍ୟବସାୟୀ ଙ୍କ ଉଦେଶ୍ୟ ସେ ସ୍ମୁତି ଚରଣ ପୂର୍ବକ ନିରବ ପ୍ରାଥନା କରାଯିବ ବୋଲି ସଭାପତି ଶ୍ରୀ ସାହୁ ପ୍ରକାଶ କରିଛନ୍ତି. ଏହି ସମାବେଶ ରେ ୧ ହାଜାର ବ୍ୟବସାୟୀ ଅଂଶ ଗ୍ରହଣ କରିବେ.

(ଚିତ ରଂଜନ ମିଶ୍ରଙ୍କ ରିପୋର୍ଟ )

                            


Post a Comment

Previous Post Next Post

ଉତ୍ସର୍ଗ ନ୍ୟୁଜ ଆରମ୍ଭ ମାତ୍ର

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe