ଦଶପଲ୍ଲା - (୧୮/୨) ମଙ୍ଗଳବାର ଦଶପଲ୍ଲା ବ୍ଲକ ଅଫିସ ସମ୍ମୁଖରେ ଡିହଗାଁ ପଞ୍ଚାୟତର ଖଇରାପଙ୍କାଳସାହି ଗ୍ରାମର ଜୈନକ ବ୍ୟକ୍ତି ରବିନ୍ଦ୍ର ପ୍ରଧାନ ଦୀର୍ଘ ୬ ବର୍ଷ ହେଲା ପମ୍ପ ହାଉସ୍ ରେ କାର୍ଯ୍ୟ କରିଥିଲେ ମଧ୍ୟ ଦରମାନପାଇବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା , ବାରମ୍ବାର ବିଭାଗୀୟ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ ମଧ୍ୟ ପ୍ରତିକାର ହୋଇପାରିନଥିଲା, ଏ ସଂପର୍କରେ ବ୍ଲକ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇ ୧୮ ତାରିଖ ମଧ୍ୟରେ ପ୍ରତିକାର ପାଇଁ ଜଣାଇଥିଲେ ଏବଂ ନଚେତ ୧୮ ତାରିଖରୁ ବ୍ଲକ ସମ୍ମୁଖରେ ଧାରଣା ଦେଵେଵୋଲି ଜଣାଇଥିଲେ, କୋୖଣସି ପଦକ୍ଷେପ ନ ନେବାରୁ ମଙ୍ଗଳବାର ପୂର୍ବାହ୍ନ ୧୦ ଟା ରୁ ଭାରତୀୟ ମଜଦୁର ସଂଘ ଏବଂ ଗ୍ରାମବାସୀଙ୍କ ସହାୟତାରେ ଧାରଣା ଆରମ୍ଭ କରିଥିଲେ, ଆନ୍ଦୋଳନ ପରେପରେ ଘଟଣାସ୍ଥଳରେ ବ୍ଲକ ଚେୟାରମେନ ସୁନନ୍ଦା ସାହୁ ,ବ୍ଲକ ବିଡ଼ିଓ ଶାରଦା ପ୍ରଶନ୍ନ ମହାନ୍ତି ପହଂଚି ଆଲୋଚନା କରିଥଲେ, ବ୍ଲକ କାର୍ଯ୍ୟାଳୟ ଠାରେ ଭାରତୀୟ ମଜଦୁର ସଂଘ ଜିଲା ସଭାପତି ବନମାଳୀ ମିଶ୍ର, ଜିଲ୍ଲା ସଂପାଦକ ସୁକାନ୍ତ ମହାପାତ୍ର, ସାଂସଦ ପ୍ରତିନିଧି କିଶୋର ଦଳବେହେରା ସମେତ ପ୍ରଶାସନିକ କର୍ମକର୍ତ୍ତା ଭାଗ ନେଇଥିଲେ, ଦଶପଲ୍ଲା ଥାନା ଆଇଆଇସି ଅନିତା ସାହୁ ମଧ୍ୟ ଘଟଣାସ୍ଥଳରେ ପହଂଚି ଥିଲେ,,ତେବେ ଦୀର୍ଘ ସମୟଧରି ଆଲୋଚନା ପରେ ସନ୍ଧ୍ୟାରେ ଏହାର ପ୍ରତିକାର କରାଯିବା ସହ ବକେୟା ଦରମା ମିଳିବ ବୋଲି ଆଲୋଚନାରେ ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି,
(ଚିତ ରଂଜନ ମିଶ୍ରଙ୍କ ରିପୋର୍ଟ )
Post a Comment