//BREAKING//
Loading...

ନିଆଁକୁ ଆୟତ କଲେ ପରିବେଶପ୍ରେମୀ

 


ଦଶପଲ୍ଲା - ବର୍ତ୍ତମାନ ଦଶପଲ୍ଲାରେ ଗ୍ରୀଷ୍ମର ପ୍ରକୋପ ଧୀରେଧୀରେ ଆରମ୍ଭ ହେଲାଣି ,ଏହି ସମୟରେ ବିଭିନ୍ନ ସ୍ଥାନରେ ନିଆଁ ଲାଗି ଜଙ୍ଗଲ ନଷ୍ଟ ହେବାର ସମ୍ଭାବନା ରହିଥିବାବେଳେ ଗୁରବାର ଦିନ ବୌଦ୍ଧ ରାସ୍ତାର ଜାତୀୟ ରାଜପଥ ପାର୍ଶ୍ଵ ରଙ୍ଗମାଟିଆ ଟୋଲପ୍ଲାଜା ନିକଟ ରାସ୍ତାପାର୍ଶ୍ଵରେ ନିଆଁ ଲାଗିଥିଲା | ଠିକ ସେତିକିବେଳେ ସେହି ରାସ୍ତାଦେଇ ପରିବେଶପ୍ରେମୀ କିଶୋର ଦଳବେହେରା ଓ ଅଞ୍ଜନ ଦାସ ଯାଉଥିବାବେଳେ ନିଆଁ ଲାଗିଥିବାର ଦେଖି ସେଠାରେ ଅଟକିଯାଇ ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିବା ସହିତ ଶେଷରେ ସଫଳ ମଧ୍ୟ ହୋଇଥିଲେ | ତେବେ ତାଙ୍କର ଏହି କାର୍ଯ୍ୟ କୁ ସାଧାରଣ ରେ ପ୍ରଶଂସା କରାଯାଇଥିବାବେଳେ ଜଙ୍ଗଲ ନିଆଁକୁ ବିଭିନ୍ନ ସ୍ଥାନରେ ରୋକିବା ପାଇଁ ପରିବେଶ ପ୍ରେମୀ କିଶୋର ଦଳଵେହେରା ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି,,

                                                                
 (ଚିତ ରଂଜନ ମିଶ୍ରଙ୍କ ରିପୋର୍ଟ)
                                                                

Post a Comment

Previous Post Next Post

ଉତ୍ସର୍ଗ ନ୍ୟୁଜ ଆରମ୍ଭ ମାତ୍ର

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe