//BREAKING//
Loading...

ମହାଶିବରାତ୍ରି ପାଇଁ ସଜେଇ ହେଉଛି ସିଦ୍ଧେସ୍ୱର ପୀଠ

 



ଦଶପଲ୍ଲା : ଆସନ୍ତା ଫେବୃଆରୀ ୨୬ ତାରିଖରେ ମହାଶିବରାତ୍ରି ଜାଗର | ଏହା ରାଜ୍ୟର ପ୍ରତ୍ୟକ ଶୈବ ପୀଠରେ ଧୁମ ଧାମର ସହିତ ପାଳନ କରାଯାଉଥିବା ବେଳେ ସେଦିନ ମାନସିକ ଧାରୀ ନିର୍ଜଳ ଉପବାସ କରି ସନ୍ଧ୍ୟାରେ ଶୈବ ପୀଠରେ ଦ୍ବୀପ ଜଳାନ୍ତି. ରାତ୍ରିରେ ମହାଦ୍ବୀପ ଉଠିବା ପରେ ପ୍ରସାଦ ସେବନ କରି ନିଜର ଉପବାସ କୁ ପୂର୍ଣ୍ଣ କରନ୍ତି | ଏହି ପରିପ୍ରେକ୍ଷୀରେ ଦଶପଲ୍ଲା ପଶ୍ଚିମାଅଂଚଳ ଟାକରା ଠାରେ ଥିବା ବାବା ସିଦ୍ଧେସ୍ୱର ପୀଠ ମହାଶିବରାତ୍ରି ପାଇଁ ସଜେଇ ହେଉଥିବା ବେଳେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଜୋରସୋର ପ୍ରସ୍ତୁତି ଚାଲିଛି. ତା'ସହିତ ସ୍ଥାନୀୟ ଅଞ୍ଚଳରେ ଥିବା ଅଗ୍ରଣୀ ଯୁବକ ସଂଘ ୟୁଥ ୟୁନାଇଟେଡ଼ କ୍ଲବ ତରଫରୁ ମହାଶିବରାତ୍ରୀ ଉପଲକ୍ଷେ

ଆସନ୍ତା ୨୭ ତାରିଖରେ ସାମାଜିକ ନାଟକ  "କେତେ ଦୁଃଖ ଦେବୁ କହ ଦଇବ" ମଞ୍ଚସ୍ଥ କରିବା ପାଇଁ ପ୍ରସ୍ତୁତି ଜୋରସୋର ଚାଲିଥିବା ଜଣାପଡ଼ିଛି | ଉକ୍ତ ଯୁବକ ସଂଘ ଟି ଅଂଚଳର ବେଶ ପୁରୁଣା ଅନୁଷ୍ଠାନ ହୋଇଥିବାରୁ ସେ ଦୀର୍ଘବର୍ଷ ଧରି ଅଂଚଳରେ ସାମାଜିକ ନାଟକ ହେଉକି ବିଭିନ୍ନ କାର୍ଯ୍ୟକ୍ରମ କରି ଅଂଚଳରେ ବେଶ ପରିଚିତ ହୋଇପାରିଛି | ଅନ୍ୟପକ୍ଷେ ଖାଲି ଟାକରା ନୁହେଁ ବରଂ ଦଶପଲ୍ଲା ବ୍ଲକରେ ଥିବା ଅନେକ ଶୈବପୀଠରେ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ଜୋରସୋର ରେ ଚାଲିଥିବା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ସୂଚନା ମିଳିଛି |

                                                         
( ଚିତ ରଂଜନ ମିଶ୍ରଙ୍କ ରିପୋର୍ଟ)

Post a Comment

Previous Post Next Post

ଉତ୍ସର୍ଗ ନ୍ୟୁଜ ଆରମ୍ଭ ମାତ୍ର

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe