ଦଶପଲ୍ଲା : ଦଶପଲ୍ଲା ବ୍ଲକ କାର୍ଯ୍ଯାଳୟ ପରିସରରେ ସୋମବାର ଦିନ ବ୍ଳକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ପଣ୍ଡା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ ,ଉପ - ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଧାର ,ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଅଧିକାରୀ ସୁଶାନ୍ତ କୁମାର ଦାସ , ଏବିଡ଼ିଓ ସାରଦା ପ୍ରସନ୍ନ ମହାନ୍ତି ଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ | ଆଜିର ଏହି ଶିବିରରେ ସମୁଦାୟ ୮୫ଟି ଅଭିଯୋଗ ପତ୍ର ବିଚାର ପାଇଁ ଆସିଥିଲା। ସେଥିମଧ୍ୟରୁ ୭୭ଟି ବ୍ୟକ୍ତିଗତ, ୫ଟି ଗ୍ରାମ୍ୟ ବିବାଦ ଓ ୩ ଟି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ମାମଲା ରହିଥିଲା । ତନ୍ମଧ୍ୟରୁ ୯ଟି ଅଭିଯୋଗର ତତକ୍ଷଣାତ୍ ଫଇସଲା ହେବା ସହିତ ଅନ୍ୟ ଅଭିଯୋଗ ଗୁଡିକ ବିଭିନ୍ନ ବିଭାଗକୁ ପଠାଯିବା ସହିତ ତୁରନ୍ତ ବିଚାର କରି ସଫଳତା ପ୍ରଦାନ ନିମନ୍ତେ ବିଭିନ୍ନ ବିଭାଗର ଅଧିକାରୀ ମାନଂକୁ ନିର୍ଦ୍ଦେଶ ଦିଆଯାଇଥିଲା ।
Post a Comment