//BREAKING//
Loading...

ସ୍କୁଲ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା

 




ଦଶପଲ୍ଲା - (୧୮/୨) ଦଶପଲ୍ଲା ବ୍ଲକ ଅନ୍ତର୍ଗତ ମଧ୍ଯଖଣ୍ଡ ଗ୍ରାମପଞ୍ଚାୟତ ରେ ଥିବା ମଧ୍ଯଖଣ୍ଡ ନୋଡ଼ାଲ ଉଚ୍ଚବିଦ୍ୟାଳୟ ଠାରେ ଆଜି ଦଶପଲ୍ଲା ବି ଓ ଭକ୍ତିବିନୋଦ ସଲ୍ ଙ୍କ ତତ୍ତ୍ଵାବଧାନରେ ସରକାର ଙ୍କର ବୀର ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା, ତରଫରୁ ତିନୋଟି କ୍ଳଷ୍ଟର କୁ ନେଇ ଚକ୍ଷୁ ଅଧିକାରୀ ପ୍ରଭାସ ଚନ୍ଦ୍ର ବାହିନୀପତି, ଓ ବିଜୟଲକ୍ଷ୍ମୀ ଶତପଥି ଙ୍କୁ ନେଇ ପିଲା ମାନଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା, ଏହି ତିନୋଟି କ୍ଲଷ୍ଟର ହେଲା ମଧ୍ୟଖଣ୍ଡ କ୍ଲଷ୍ଟର, ଜାନିସାହି କ୍ଲଷ୍ଟର ଓ ଘୁଗୁଡ଼ିପଡ଼ା କ୍ଲଷ୍ଟର, ପ୍ରାୟ ୬୦ଜଣ ପିଲା ଚକ୍ଷୁ ପରୀକ୍ଷା କରିଥିଲେ, ଏଥିରେ ମଧ୍ୟଖଣ୍ଡ ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବିକାଶ ଚନ୍ଦ୍ର ସେଠୀ, ସରୋଜ କୁମାର ସାହୁ ଓ ସୁମିତ୍ରା ନାୟକ ସହଯୋଗ କରିଥିଲେ, ଏହି କାର୍ଯ୍ୟରେ ପିଲା ଏବଂ ଅଭିଭାବକ ମହଲରେ ଖୁସି ପରିବ୍ୟକ୍ତ ହୋଇଥିବାର ଦେଖାଯାଇଥିଲା,

                     
(ଚିତ ରଂଜନ ମିଶ୍ରଙ୍କ ରିପୋର୍ଟ )

Post a Comment

Previous Post Next Post

ଉତ୍ସର୍ଗ ନ୍ୟୁଜ ଆରମ୍ଭ ମାତ୍ର

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe