//BREAKING//
Loading...

ସର୍ବଭାରତୀୟ ବିଜୟ ରାଉଳ ମେମୋରିଆଲ ଗଣିଆ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଫୁଲବାଣୀ ବନାମ ବୌଦ୍ଧ

 


ଗଣିଆ - କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ପରିସରରେ ମହାବୀର ସାଂସ୍କୃତିକ ପରିଷଦର ଆନୁକୁଲ୍ୟରେ ସର୍ବଭାରତୀୟ ବିଜୟ ରାଉଳ ମେମୋରିଆଲ ଗଣିଆ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ  ଦ୍ୱିତୀୟ ସେମି ଫାଇନାଲ ଖେଳ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜଗନ୍ନାଥ ଜୀଉ ମନ୍ଦିର ପରିସରରୁ  ମୁଖ୍ୟଅତିଥି  ଗଣିଆ ବ୍ଲକ ସରପଞ୍ଚ ସଙ୍ଘର ସଭାପତି ମାନଶ କୁମାର ମହାକୁଡ଼ , ବ୍ଲକ ଉପାଧ୍ୟକ୍ଷ ରାଜକିଶୋର ସାହୁ , ଗଣିଆ ସରପଞ୍ଚ ଗିରିଧାରୀ ସେଠି, ବେଲପଡାପାଟଣା ସରପଞ୍ଚ ସୁକାନ୍ତ ଗଣ୍ଠିଆ, କିଶୋରପ୍ରସାଦ ସରପଞ୍ଚ ଗୀତାରାଣୀ ବେହେରା, ଛାମୁଣ୍ଡିଆ ସରପଞ୍ଚ ଦିପ୍ତୀରେଖା ସେନାପତି, କରଡ଼ାପଡା ସରପଞ୍ଚ ପ୍ରମୋଦିନୀ ସାହୁ, ଆଡ଼କଟା ସରପଞ୍ଚ ଶୁବାସିନୀ ବାରିକ ଓ ଗଣିଆ ସମିତିସଭ୍ୟ ଫକୀର ମୋହନ ଡାକୁଆ, ବଡସିଲିଙ୍ଗା  ସମିତିସଭ୍ୟା ଜାନକୀ ଦେହୁରୀ, କରଡ଼ାପଡା ସମିତିସଭ୍ୟା ଗୀତାରାଣୀ ରାଉତ ଓ ଛାମୁଣ୍ଡିଆ ସମିତିସଭ୍ୟା ଶସ୍ମିତା ଦଳେଇଙ୍କୁ ବାଜା ଓ ବାଣର ତାଳେ ତାଳେ ମହାବୀର ସାଂସ୍କୃତିକ ପରିଷଦର ସଦସ୍ୟ ଓ ସଭ୍ୟମାନେ ମଞ୍ଚ ପରିସରକୁ ପାଛୋଟି ଆଣିଥିଲେ। ସେଠାରେ  ଅତିଥିମାନେ ମହାବୀରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ କରିବା ପରେ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।  ପରେ  କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର କୁନି କୁନି  ଛାତ୍ରଛାତ୍ରୀ ମାନେ ଖେଳାଳି ମାନଙ୍କୁ ପଡିଆ ମଧ୍ୟକୁ ପାଛୋଟି ଆଣିଥିଲେ । ପରେ କିଶୋରଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର କଳାକାରମାନଙ୍କ ଦ୍ୱରା ନୃତ୍ୟ ପରିବେଷଣ କରାଯାଇଥିଲା , ପରେ ମହାବୀର ସାଂସ୍କୃତିକ ପରିଷଦର  ଉପସଭାପତି  ପୂର୍ଣ୍ଣଚନ୍ଦ୍ର ବେହେରା, ସହ ସମ୍ପାଦକ ସନ୍ତୋଷ କୁମାର ବେହେରା ,କୋଷାଧକ୍ଷ ପ୍ରଦୀପ୍ତ କୁମାର ମହାପାତ୍ର ଖେଳାଳି ମାନଙ୍କ ସହିତ ପରିଚୟ ପ୍ରଦାନ ପାଇଁ ପଡିଆ ମଧ୍ୟକୁ  ପାଛୋଟି ନେଇଥିଲେ । ପରେ ପତାକା ଅନୁଗୁଳୁ ଓ ସ୍ପୋର୍ଟ୍ସ ହଷ୍ଟେଲ ଫୁଲବାଣୀ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା ।  ପ୍ରଥମାଦ୍ଧର ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ ସ୍କୋର କରିପାରିନ ଥିଲେ ।  । ସ୍ପୋର୍ଟ୍ସ ହଷ୍ଟେଲ ଫୁଲବାଣୀ ୧- ୦ ଗୋଲରେ ପତାକା ଅନୁଗୁଳୁ ପରାସ୍ତ କରି ବିଜୟୀ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା !  ଶ୍ରୀମାନ ରଞ୍ଜନ ରାଉଳଙ୍କ ସହଯୋଗ,ସାହାର୍ଯ୍ୟରେ ଦୀର୍ଘ ଦିନ ପରେ ଗଣିଆରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଥିବାରୁ   ଅତିଥିମାନେ କୃତଜ୍ଞତା ଜ୍ଞାପନ କରିଥିଲେ  । ଆସନ୍ତାକାଲିର ଖେଳ ଗ୍ରାଣ୍ଡ ଫାଇନାଲ ଦିବସରେ ଫୁଲବାଣୀ ବନାମ ବୌଦ୍ଧ ମଧ୍ୟରେ ଖେଳ ଅନୁଷ୍ଠିତ ହେବବୋଲି ସଭାପତି ଗିରିଧାରୀ ସେଠି ସୂଚନା ପ୍ରଦାନ କରିଛନ୍ତି ।   ଖେଳକୁ ରେଫରି ଭାବେ ଦିଲ୍ଲୀପ କୁମାର ରାଉତ ପରିଚାଳନା କରୁଥିବା ବେଳେ ସୁଜିତ କୁମାର ପାତ୍ରଓ ଶିବ ଦେହୁରୀ ଓ ଚତୁର୍ଥ ରେଫରିଭାବେ ସୁଭ୍ରଜିତ  ଦଳଛତ୍ର ସହଯୋଗ କରିଥିଲେ । ମହାବୀର ସାଂସ୍କୃତିକ ପରିଷଦର ସାଂସ୍କୃତିକ ସମ୍ପାଦକ ଦେବୀ ପ୍ରସାଦ ଦାଶ ଆଜିର ମଞ୍ଚ ପରିଚାଳନା କରିଥିବା ବେଳେ । ମହାବୀର ସାଂସ୍କୃତିକ ପରିଷଦର ସମସ୍ତ  କାଯ୍ୟକର୍ତ୍ତା ଓ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।


Post a Comment

Previous Post Next Post

ଉତ୍ସର୍ଗ ନ୍ୟୁଜ ଆରମ୍ଭ ମାତ୍ର

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe