//BREAKING//
Loading...

ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ

 


ଗଣିଆ - ଗଣିଆ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଶୁକ୍ରବାର ଦିନ ବାଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶିଶୁମନ୍ଦିରର ପରିଚାଳନା କମିଟିର ସଭାପତି ଗିରିଶ କୁମାର ମିଶ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ତହସିଲଦାର ପ୍ରିତିବାଳା ରଣା ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ଗଣିଆ ସରପଂଚ ଗିରିଧାରୀ ସେଠୀ, ସମିତିସଭ୍ୟ ଫକୀର ମୋହନ ଡାକୁଆ, ଶିଶୁମନ୍ଦିରର ସମ୍ପାଦକ ବସନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ଶରତ କୁମାର ଜେନା, ପ୍ରଧାନ ଆଚାର୍ଯ୍ୟ ନିରଂଜନ ମହାପାତ୍ର  ଓ ମୁଖ୍ୟବକ୍ତାଭାବେ ନୟାଗଡ଼ ସଙ୍କୁଳ ପ୍ରମୁଖ ଦିଲିପ କୁମାର ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ । ପ୍ରଥମେ ଅତିଥିମାନେ ଠାକୁରଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ କରି ପୁଷ୍ପମାଲ୍ୟ ଅର୍ପଣପରେ ଅତିଥିମାନଙ୍କୁ ଫୁଲତୋଡ଼ା ଓ ଉତରୀୟ ଦେଇ ସ୍ୱାଗତ କରାଯିବା ପରେ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ମଂଚାସୀନ ଅତିଥିମାନେ କୁନି କୁନି ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ସେମାନଙ୍କର ଉଜ୍ୱଳ ଭବିଷ୍ୟତ ପାଇର୍ ବିଭିନ୍ନ ଉପଦେଶମାନ ଦେଇଥିଲେ । ପରେ ଏହି ବାର୍ଷିକ ଉତ୍ସବ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କରାଯାଇଥିବା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା, କୁଇଜ, ସଙ୍ଗୀତ, ଡିବେଟ, ଚିତ୍ରାଙ୍କନ ଆଦି ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ପରେ ବିଦ୍ୟାଳୟର ପ୍ରାରମ୍ଭ ଠାରୁ ଆରମ୍ଭ କରି ୮ମଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ନାଚ ଗୀତର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଉତ୍ସବରେ ସମସ୍ତ ଛାତ୍ରଛାତ୍ରୀମାନଙ୍କ ସହିତ ସମସ୍ତ ଅଭିଭାବକମାନେ ଯୋଗଦାନ କରିଥିବାବେଳେ ସମସ୍ତ ଗୁରୁଜୀ ଗୁରୁମାମାନେ ସହଯୋଗ କରିଥିଲେ । 

Post a Comment

Previous Post Next Post

ଉତ୍ସର୍ଗ ନ୍ୟୁଜ ଆରମ୍ଭ ମାତ୍ର

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe