ଦଶପଲ୍ଲା : ଆଜିଠାରୁ ଆରମ୍ଭ ହୋଇଯାଇଛି ୨୨ତମ ୱାଇ.ସି.ସି ଚାମ୍ପିଅନ ଟ୍ରଫି ୨୦୨୪- ୨୫ । ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଦଶପଲ୍ଲା ବ୍ଲକ ଟାକରା ପଞ୍ଚାୟତରେ ଥିବା ଅଗ୍ରଣୀ ଯୁବକ ସଂଗଠନ ୟୁଥ୍ ୟୁନାଇଟେଡ଼ କ୍ଳବ୍ ଆୟୋଜନରେ ପ୍ରତ୍ୟେକ ବର୍ଷ ଡିସେମ୍ବର ମାସର ଅନ୍ତିମ ସପ୍ତାହ ରେ ଆରମ୍ଭ ହୋଇଯାଏ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଅଞ୍ଚଳର କ୍ରୀଡ଼ାପ୍ରେମୀ ଯୁବକ ମାନଙ୍କୁ ନେଇ ୪ ରୁ ୫ ଦିନ ଧରି ଚାଲେ ଏହି କ୍ରୀଡ଼ା ପ୍ରତିଯୋଗିତା ।ଅନୁରୂପ ଭାବରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ପାଇଁ ଆଜି ଠାରୁ ଆରମ୍ଭ ହୋଇଯାଇଛି ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ । ପ୍ରଥମ ଦିନର ପ୍ରଥମ ସୋପାନରେ କୁଲୁରୁକୁମ୍ପା କ୍ରିକେଟ ଦଳ ସହିତ ମର୍ଦାବାଡ଼ି କ୍ରିକେଟ ଦଳ କ୍ରୀଡା ପ୍ରତିଯୋଗିତା କରିଥିବା ବେଳେ ପ୍ରଥମେ ଟଚୱିନ କରି କୁଲୁରୁକୁମ୍ପା ବ୍ୟାଟିଂ କରି ୧୨ ଓଭରରେ ୭ ୱିକେଟ ହରାଇ ସର୍ବମୋଟ ୧୧୧ ରନ ହାସଲ କରିଥିଲେ ।ପ୍ରତିପକ୍ଷରେ ମର୍ଦାବାଡ଼ି ୧୧ ଓଭର ଖେଳି ୨ ୱିକେଟ ହରାଇ ବିଜୟ ହାସଲ କରିଥିଲା ।ପ୍ରଥମ ସୋପାନ ଖେଳକୁ ସୋହେଲସେନ ନାୟକ ଓ ପ୍ରଭାକର ଜାନୀ ପରିଚାଳନା କରିଥିବାବେଳେ ଦ୍ୱିତୀୟ ସୋପାନରେ ପ୍ରଥମେ ବୁଗୁଡ଼ା ବ୍ୟାଟିଂ କରି ୧୨ ଓଭର ଖେଳି ୩ ୱିକେଟ ହରାଇ ୧୦୩ ରନ କରିଥିଲେ । ପରେ ବିପକ୍ଷଦଳ ଲୋଧାପଙ୍ଗା ବ୍ୟାଟିଂ କରି ୧୨ ଓଭରରେ ୬୭ ରନ କରି ପରାଜୟ ହୋଇଥିଲେ ।ଏହି ଦ୍ୱିତୀୟ ସୋପାନ ମ୍ୟାଚ କୁ ଅନିଲ କୁମାର ପରିଡ଼ା ଓ ଆଶିଷ କୁମାର ନାୟକ ପରିଚାଳନା କରିଥିଲେ ।ଏ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ କୁ ୟୁଥ୍ ୟୁନାଇଟେଡ କ୍ଳବର୍ ସଭ୍ୟ ଅନିଲ କୁମାର ପରିଡ଼ା , ବାସୁଦେବ ସାହୁ , ,ନିର୍ମଳ ଚନ୍ଦ୍ର ବାରିକ ,ରଞ୍ଜନ କୁମାର ପରିଡ଼ା ଙ୍କ ସହିତ ସମସ୍ତ ସଦସ୍ୟ ପ୍ରମୁଖ ପରିଚାଳନା କରୁଥିବା ଜଣାପଡ଼ିଛି।
Post a Comment