ସଜେଇ ହେଉଛି ସାତକୋଶିଆ ରିଶୋର୍ଟ
ଗଣିଆ :ଶୀତଋତୁ ଆସିଲେ ପର୍ଯ୍ୟଟନସ୍ଥଳୀ ଚଳଚଞ୍ଚଳ ହୋଇ ଉଠେ ।ଭୋଜିଭାତ ସାଙ୍ଗକୁ ପ୍ରକୃତିର ଶୋଭାରାଜିରେ ଅବସର ବିନୋଦନର ଭରପୁର ମଜା ନେଇଥାନ୍ତି ପର୍ଯ୍ୟଟକ।ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ସାଉଥ୍ ବଡ଼ମୂଳ ମଙ୍ଗାନାଶି ଠାରେ ଥିବା ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ସାତକୋଶିଆ ସ୍ୟାଣ୍ଡ ରିଶୋଟ ଅନ୍ୟତମ ।ପ୍ରତିବର୍ଷ ଭଳି ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ସାତକୋଶିଆ ସ୍ୟାଣ୍ଡ ରେଶୋର୍ଟ ସଜେଇ ହେଉଥିବା ଦେଖିବାକୁ ମିଳିଛି ।ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମହାନଦୀର ବାଲୁକା ଶଯ୍ୟାରେ ଲାଗୁଥିବା ବାଲୁକା କଟେଜ ଗୁଡ଼ିକର ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଥିଲେ ମଧ୍ୟ ନଭେମ୍ବର ୧୫ ରେ ଏହାର ଉଦ୍ଘାଟନ କରାଯିବା ପାଇଁ ଦିନ ସ୍ଥିର ହୋଇଥିବା ମୁଦୁଲିଗାଡ଼ିଆ ମା ' ସାତଭଉଣୀ ପର୍ଯ୍ୟଟନ ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି ।ପୂର୍ବବର୍ଷ ପରି ମହାନଦୀରେ ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା ଉପରେ ଚଳିତବର୍ଷ ୧୬ଟି ଅଣ - ଶୀତତାପ ନିୟନ୍ତ୍ରିତ ଅସ୍ଥାୟୀ କଟେଜ ନିର୍ମାଣ କରାଯିବ ।ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଲେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ୍ରମେ ଆବଶ୍ୟକସ୍ଥଳେ କଟେଜ ସଂଖ୍ୟାକୁ ମଧ୍ୟ ବୃଦ୍ଧି କରାଯିବ ।ସାତକୋଶିଆ ଗଣ୍ଡ କୁ ଲାଗି ରହିଥିବା ଏହି ପର୍ଯ୍ୟଟନ ସ୍ଥଳୀ ନିକଟରେ ମହାନଦୀର ନୀଳ ଜଳରାଶି ଉପରେ ବୋଟିଂ ର ମଜା ଚଳିତ ବର୍ଷ ପର୍ଯ୍ୟଟକ ଙ୍କୁ ବେଶ ଆକୃଷ୍ଟ କରିବ ବୋଲି ଚର୍ଚ୍ଚା ହେଉଛି ।ସେହିପରି ପିଲାଙ୍କ ପାଇଁ ଖେଳନା ପାର୍କ ,ଦୋଳି ,ପର୍ଯ୍ୟଟକଙ୍କ ପାଇଁ ଭଲି, ବ୍ୟାଟମିଟନ, ସାଇକେଲିଂ,ଜଙ୍ଗଲ ଟ୍ରାକିଂ, ରୋପ - ୱେ ,ଲାଇବ୍ରେରୀ , ବୋଟିଂ,କ୍ୟାମ୍ପ ଫାୟାର ଓ ମନୋରଞ୍ଜନ ପାଇଁ ଲୋକକଳା ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ଥିବାରୁ ବର୍ଷସାରା ଦେଶବିଦେଶ ରୁ ବହୁ ପର୍ଯ୍ୟଟକଙ୍କ ଆଗମନ ହେଉଥିବା ଜଣାପଡ଼ିଛି।ପର୍ଯ୍ୟଟନ ଋତୁରେ ବାଲୁକା ଶଯ୍ୟାରେ ଅସ୍ଥାୟୀ କଟେଜ ବ୍ୟତୀତ ମଙ୍ଗାନାଶି ପାହାଡ଼ରେ ୩ଟି ଶୀତତାପ ନିୟନ୍ତ୍ରିତ କଟେଜ ଓ ପାହାଡ଼ ପାଦଦେଶରେ ୪ଟି ଶୀତତାପ ନିୟନ୍ତ୍ରିତ କଟେଜ ବର୍ଷ ତମାମ ପର୍ଯ୍ୟଟକଙ୍କ ପାଇଁ ଉଦ୍ଧିଷ୍ଟ ରହିଛି ।ପ୍ରକୃତିରାଣୀ କୋଳରେ ଜୈବ ବିବିଧତାର ଗନ୍ତାଘର ପାଲଟିଥିବା ସାତକୋଶିଆ ଗଣ୍ଡରେ ନାନା ରଙ୍ଗବେରଙ୍ଗର ଦେଶୀୟ ଓ ବିଦେଶୀ ପକ୍ଷୀଙ୍କୁ ସମାଗମ ଦେଖି ପର୍ଯ୍ୟଟକ ଖୁସିହେବା ସହ ପ୍ରାକୃତିକ ସୋନ୍ଦର୍ଯ୍ୟର ଭରପୁର ମଜା ଉଠାଇ ପାରିବେ ।ଅନ୍ୟପରି ସାତକୋଶିଆ
ସ୍ୟାଣ୍ଡ ରିସୋର୍ଟ ମଙ୍ଗାନାଶି , ବଡ଼ମୂଳ ଆଦିସ୍ଥାନରେ ବଣଭୋଜି ପାଇଁ ପର୍ଯ୍ୟଟକଙ୍କ ପାଇଁ ଭିଡ଼ ଦେଖିବାକୁ ମିଳିଲାଣି । ବଣଭୋଜି ପାଇଁ ବଡ଼ମୂଳ ଠାରେ ପିଣ୍ଡି ନିର୍ମାଣ କରାଯିବା ସହ ବଡ଼ମୂଳ ଓ ମାଳିସାହି ୨ଟି ସ୍ଥାନରେ ବୋଟିଂ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।
Post a Comment