//BREAKING//
Loading...

ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

 


ବାଲିଅନ୍ତା :ବାଲିଅନ୍ତା-ଧଉଳି -ପାହାଳ ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ବାଲିଅନ୍ତା ସ୍ଥିତ ନିକୁଞ୍ଜବିହାରୀ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ଓ ଉତ୍ତର ବିଧାୟକ ସୁଶାନ୍ତ ରାଉତ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଏମଏସଏମଇର ଉପାଧ୍ୟକ୍ଷା ସତ୍ୟପ୍ରିୟ ବେହେରା, ସ୍ଥାନୀୟ ସରପଞ୍ଚ କୃଷ୍ଣକେଶବ ଆପଟ, ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୁତିଭୂଷଣ କର, ବରିଷ୍ଠ ସାମ୍ବାଦିକ ବଙ୍କିମ ଚନ୍ଦ୍ର ନାୟକ, ମାର୍କଫେଡ଼ର ଅଧ୍ୟକ୍ଷା କବିତା ମଞ୍ଜରୀ ପରିଡା, ୧୬ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର ଦାସ, ବାଲିଅନ୍ତା ବ୍ଲକ ବିଜେଡି ସଭାପତି ପ୍ରଦୀପ୍ତ ଜେନାମଣି, ବାଲିପାଟଣା କିଶୋର ଜେନା, ସାଂସଦଙ୍କୁ ବାଲିଅନ୍ତା ବ୍ଲକ ପ୍ରତିନିଧି ପ୍ରଦୀପ୍ତ କୁମାର ମହାନ୍ତି, ଶିକ୍ଷାବିତ ଲକ୍ଷ୍ମୀଧର ପ୍ରଧାନ, ବିଧୁଭୂଷଣ ପଟ୍ଟନାୟକ, ନାରାୟଣ ବେହେରା, ଥାନା ଅଧିକାରୀ ରବିନ୍ଦ୍ରନାଥ ମେହେର, ସମାଜସେବୀ ବେଣୁଧର ଭୋଇ, ବଂଶୀଧର ଭୋଳ, ଯୁବସମାଜ ସେଵୀ ରଞ୍ଜନ କୁମାର ମହାପାତ୍ର,  ପ୍ରକୃତିବନ୍ଧୁ ଦିନବନ୍ଧୁ ଭୋଇ ପ୍ରମୁଖ ଯୋଗଦେଇଥିଲେ । ଏଥିରେ ମୋଟ ୩୫ ଜଣ ରକ୍ତଦାତା ସ୍ବେଚ୍ଛାକୃତ ଭାବେ ରକ୍ତ ଦେଇଥିବା ବେଳେ ଏହାକୁ ରାଜଧାନୀ ଚିକିତ୍ସାଳୟର ବ୍ଲଡ଼ବ୍ୟାଙ୍କ ସଂଗ୍ରହ କରିଥିଲେ । ଏଥିରେ ବାଲିଅନ୍ତା-ଧଉଳି-ପାହାଳ ଅଞ୍ଚଳର କାର୍ଯ୍ୟରତ ସମସ୍ତ ସାମ୍ବାଦିକ ପରିଚାଳନା କରିଥିବା ବେଳେ ଅତିଥି ମାନଙ୍କ ଦ୍ୱାରା ପ୍ରତି ରକ୍ତଦାତାଙ୍କୁ ପ୍ରମାଣପତ୍ର ସହ ଗୋଲାପ ଫୁଲ ପ୍ରଦାନ କରାଯାଇଥିଲା ।

Post a Comment

Previous Post Next Post

ଉତ୍ସର୍ଗ ନ୍ୟୁଜ ଆରମ୍ଭ ମାତ୍ର

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe