//BREAKING//
Loading...

ଶ୍ରୀରାମଚରିତ ମାନସ ନବାନ୍ନ ପାରାୟଣ

 



ଗଣିଆ : କାର୍ତ୍ତିକ ମାସରେ ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ ଧର୍ମୀୟ କାର୍ଯ୍ୟକ୍ରମ ଚାଲୁରହିଛି । ବେଲପଡ଼ାପାଟଣା ଓ ଧୂଆଁମଡା ଗ୍ରାମରେ ଗତ ୯ ଦିନଧରି ଚାଲୁ ରହିଥିବା ନବାନ୍ନ ପାରାୟଣ କାର୍ଯ୍ୟକ୍ରମ ସୋମବାର ଉଦଯାପିତ ହୋଇଯାଇଛି । ଶରତ ଚନ୍ଦ୍ର ଆଚାର୍ଯ୍ୟ ବ୍ୟାସଭାବେ ପାରାୟଣ କାର୍ଯ୍ୟକୁ ପରିଚାଳନା କରିଥିଲେ ।ଏହି ପ୍ରବଚନ କାର୍ଯ୍ୟକ୍ରମରେ ବହୁ ଶ୍ରୀରାମ ପ୍ରେମୀ ଯୋଗଦେବା ସହିତ ପ୍ରସାଦ ସେବନ ମଧ୍ୟ କରିଥିଲେ ।ସକାଳୁ ସୂର୍ଯ୍ୟପୂଜା,ଗୋ - ପୂଜା ଓ ଘୃତଯଜ୍ଞ ପରେ ଶ୍ରୀରାମ ଚରିତ ମାନସ ପଠନ କରାଯିବା ସହିତ ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ,ଗଣିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ଝୁନାଜେନା, ଆଡ଼କଟା ସରପଞ୍ଚ ସୁବାସିନି ବାରିକ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯଜ୍ଞସ୍ଥଳରେ ପହଂଚି ଠାକୁରଙ୍କ ଆଳତି ଦର୍ଶନ କରିଥିଲେ ।ଗ୍ରାମ କମିଟିର ସଭାପତି ଚନ୍ଦ୍ରଶେଖର ସାହୁ ଏବଂ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Post a Comment

Previous Post Next Post

ଉତ୍ସର୍ଗ ନ୍ୟୁଜ ଆରମ୍ଭ ମାତ୍ର

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe