//BREAKING//
Loading...

କିଡନୀ ପ୍ରତିରୋପଣ ପାଇଁ ଅର୍ଥ ସାଜିଛି ବାଧକ

 


ବାଲିପାଟଣା(୨୭/୧୦): ବହୁ ପୁରାତନ କାଳରୁ ଚାଲି ଆସୁଛି କି ଯେତେବେଳେ ବାପା,ମାଆ ତାର ପିଲାଟିକୁ ଛୋଟରୁ ବଡ଼ ହେବାର ଦେଖି ତା'ର ବାପା,ମାଆ ବହୁତ ଖୁସୀ ହୁଅନ୍ତି। ହଁ ଖୁସୀ ହେବେନି ବା କିପରି ତାଙ୍କରି ପୁଅ ବା ଝିଅ ଯେତେବେଳେ ବଡହୋଇ ଭଲପାଠ ପଢ଼ି ଚାକିରୀ ଟିଏ କରିବ ସେତେବେଳେ ବାପା, ମାଆ ଙ୍କର ଏକ ପ୍ରକାର ର ଦୁଃଖ ସରିବ ବୋଲି ପ୍ରାୟତଃ ଭାବିଥାନ୍ତି।  ଲାଗିପଡ଼ିଥାନ୍ତି  ପିଲାଟିର ଉଜ୍ବଳ୍ ଭବିଷ୍ୟତ କାମନା ପାଇଁ।   କିନ୍ତୁ ଯେତେବେଳେ ପିଲାର ଜୀବନ ଆକାଶରେ କଳା ବାଦଲ ଢାଙ୍କି ଦିଏ ସେତେବେଳେ ବାପା ମା ଙ୍କ ପାଦ ତଳୁ ମାଟି ଖସିଯାଏ।  ସୂଚନା ମୁତାବକ ପୁରୀ ଜିଲ୍ଲା ଅନ୍ତର୍ଗତ ବଳଙ୍ଗା  ବ୍ଲକ୍ ରୁପଦେଇପୂର୍ ଗ୍ରାମର ବାପା -ବିଷ୍ଣୁଚରଣ ସାହୁ ମାଆ - ପ୍ରମିଳା ସାହୁ ତାଙ୍କର ଗୋଟିଏ ପୁଅ ରାକେଶ ସାହୁ (୨୯)ବହୁତ ଖୁସୀ ବାସିରେ ତାଙ୍କର ଛୋଟ ପରିବାର ଟି ଚାଲୁଥିଲା। ରାକେଶ କୁ ୨ବର୍ଷ ତଳେ ସାଧାରଣ ଥଣ୍ଡା ଓ ଜ୍ୱର ହେଇଥିଲା ଅଧିକ ଦିନ ଜ୍ୱର ଦେହରେ ରହିବାରୁ ସେ ହସ୍ପିଟାଲ ଆସିକି ଦେଖେଇବାରୁ ଜଣା ପଡ଼ିଲା କି  ରାକେଶ ର ୨ଟି ଯାକ କିଡ଼ନୀ ଖରାପ ହୋଇଯାଇଛି। ଗରିବ ଲୋକ ଟଙ୍କା ବା ଆଣିବେ କେଉଁଠୁ ସେହିଦିନଠାରୁ ଅନେକ ହସ୍ପିଟାଲ ବୁଲି ବୁଲି BSKY CARD ରେ ଚିକିତ୍ସା ହୋଇ କାର୍ଡ ରୁ ସମସ୍ତ ଟଙ୍କା

ଏବେ ଶେଷ ଏମିତି କି ଜମିବାଡି ମଧ୍ୟ ବିକ୍ରି ହୋଇ ସାରିଲାଣି ହେଲେ ଫଳ ଶୂନ। ରାକେଶ ର ମାଆ ତାଙ୍କର କିଡନୀ ଦେବାକୁ ରାଜି ହେଲେ ଆର୍ଥିକ ସ୍ଥିତି ଏବେ ଏତେ ଖରାପ ଯେ, କିଡନୀ ଥାଇ ମଧ୍ୟ ଅର୍ଥ ଅଭାବରୁ ପ୍ରତିରୋପଣ ହୋଇପାରୁନି। ଏହି ଦୁଃଖଦ ସମୟରେ ଆଗେଇ ଆସିଛି ଓଡ଼ିଶାର ଲୋକପ୍ରିୟ ସଂଗଠନ (ବର୍ଣ୍ଣ ଟୁ ହେଲ୍ପ ଅଲ୍) ସଂଗଠନ ର ସଦସ୍ୟ ମାନେ ଆଗେଇ ଆସିଛନ୍ତି ରାକେଶ କୁ ସାହାଯ୍ୟ ପାଇଁ। ଗାଁ ରୁ ଗାଁ ବୁଲିକରି ଭିକ୍ଷାକରି ରାକେଶ ର କିଡନୀ ପ୍ରତିରୋପଣ ପାଇଁ ଦିନରାତି କୁ ଏକ କରି ଲାଗିପଡିଛନ୍ତି। ସତରେ କେତେ ହୃଦୟ ବିଦାରକ ଏଇ ଘଟଣା। ଏଇ ଘଟଣା ଜାଣିବା ପରେ ଆମ ଆଖିରେ ମଧ୍ୟ ଲୁହ ଆସି ଯାଉଛି। ରାକେଶ ର ବାପା ମାଆ ନିଜ ଜୀବନଠୁ ବି ଅଧିକ ଭଲ ପାଆନ୍ତି ପୁଅକୁ। ଯଦି ତାର କିଛି ହୋଇଯାଏ ତେବେ ବଞ୍ଚିପାରିବେନି ବୋଲି କହିଛନ୍ତି ରାକେଶ ର ବାପା ଓ ମାଆ। ଆପଣ ଙ୍କ ୧ଟଙ୍କା ସାହାଯ୍ୟ ଗୋଟେ ମାଆ କୋଳକୁ ତା'ର ପୁଅଟିର ଜୀବନ ହୁଏତ ଫେରାଇ ଦେଇପାରେ। ଯଦି ଆପଣ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ 

Post a Comment

Previous Post Next Post

ଉତ୍ସର୍ଗ ନ୍ୟୁଜ ଆରମ୍ଭ ମାତ୍ର

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe