//BREAKING//
Loading...

ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକରେ ବିଶାଳ ଜନସଂପର୍କ ପଦଯାତ୍ରା, ସାମିଲ ହୋଇଥିଲେ ହଜାର ହଜାର କର୍ମୀ






ନୂଆଗାଁ - ଓଡିଶାର ଜନପ୍ରୀୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ପବିତ୍ର ଗାନ୍ଧୀଜୟନ୍ତୀ ଠାରୁ ବିଜୁ ଜନତା ଦଳ ପକ୍ଷରୁ ସାରା ରାଜ୍ୟରେ ଜନ ସମ୍ପର୍କ ପଦଯାତ୍ରା ଚାଲୁ ରହିଛି। ଏହି ପରିପ୍ରେକ୍ଷୀରେ ଆଜି ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନୂଆଗାଁ ବ୍ଲକରେ ବିଶାଳ ଜନସଂପର୍କ ପଦଯାତ୍ରା ଦଶପଲ୍ଲାର ଯୁବ ବିଧାୟକ ତଥା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଜନ ସମ୍ପର୍କ ପଦଯାତ୍ରାରେ ନୟାଗଡ ବିଧାୟକ ଡ଼ .ଅରୁଣ କୁମାର ସାହୁ ଯୋଗଦେଇ କର୍ମୀଙ୍କ ମନରେ ଉତ୍ସାହ ଭରିଥିବା ବେଳେ ଏକତା ହିଁ ସଂଗଠନ କୁ ମଜବୁତ୍ କରିବାର ମୂଳମନ୍ତ୍ର ବୋଲି କହିଛନ୍ତି ।ଅନ୍ୟପକ୍ଷେ କାର୍ଯ୍ୟକ୍ରମରେ 


ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ,ରଣପୁର ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ,ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ,ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ ,ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନାଜେନା,ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ଙ୍କ ସମେତ ବହୁ କର୍ମକର୍ତ୍ତା,ଶୁଭେଚ୍ଛୁ,ସମର୍ଥକ  ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।ଏହି କାର୍ଯ୍ୟକ୍ରମରେ ପ୍ରଥମେ  ନୂଆଗାଁ ତହସିଲ ନିକଟରୁ ପଦଯାତ୍ରାରେ ବାହାରି ନୂଆଗାଁ ବଜାର ପରିକ୍ରମା କରି ବିଜୁ  ଭବନ ପର୍ଯ୍ୟନ୍ତ ଏହି ରାଲି ଯାଇଥିଲା ।

Post a Comment

Previous Post Next Post

ଉତ୍ସର୍ଗ ନ୍ୟୁଜ ଆରମ୍ଭ ମାତ୍ର

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe