ଗଣିଆ : ଗଣିଆ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଖେଳପଡ଼ିଆରେ ଗତ ୪ଦିନ ଧରି ଗଣିଆ ପ୍ରିମିୟର ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିବାବେଳେ ଶୁକ୍ରବାର ପୂର୍ବାହ୍ନରେ ୨ୟ ସେମିଫାଇନାଲ ମ୍ୟାଚ ବିଏନଏସ ଫ୍ଲାଇଙ୍ଗ ଇଲେଭେନ ବନାମ କ୍ରିକେଟ୍ କିଙ୍ଗସ୍ ଇଲେଭେନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ପ୍ରଥମେ କ୍ରିକେଟ୍ କିଙ୍ଗସ୍ ଇଲେଭେନ ବ୍ୟାଟିଂ କରି ୧୦ ଓଭର୍ ରେ ୬ଗୋଟି ୱିକେଟ ହରାଇ ୧୧୯ କରିଥିବାବେଳେ ତା' ବିପକ୍ଷରେ ବିଏନଏସ ଫ୍ଲାଇଙ୍ଗ ଇଲେଭେନ ୧୦ ଓଭରରେ ସମସ୍ତ ୱିକେଟ ହରାଇ ୮୮ରନ ହାସଲ କରି ୩୧ରନ ବ୍ୟବଧାନରେ ପରାସ୍ତ ହୋଇଥିଲା ।ସେହିପରି ଅପରାହ୍ନରେ କ୍ରିକେଟ୍ କିଙ୍ଗସ୍ ଇଲେଭେନ ଓ ବିକ୍ରମ ଟାଇଗର ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ।ପ୍ରଥମେ କ୍ରିକେଟ୍ କିଙ୍ଗସ୍ ଇଲେଭେନ ବ୍ୟାଟିଂ କରି ୧୦ ଓଭରରେ ୮ଗୋଟି ୱିକେଟ ହରାଇ ୧୧୨ରନ ହାସଲ କରିଥିଲା ।ଅପରପକ୍ଷେ ବିକ୍ରମ ଟାଇଗର ୧୦ଓଭରରେ ୯ ୱିକେଟ ହରାଇ ୮୪ ରନ ହାସଲ କରି ୨୮ ରନ ବ୍ୟବଧାନରେ ପରାସ୍ତ ହୋଇଥିଲା।ଆଜିର ମ୍ୟାଚରର ପ୍ରଥମ ଦିବସରେ ମୁଖ୍ୟଅତିଥି ଭାବେ ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା ଓ ସମ୍ମାନିତ ଅତିଥିଭାବେ ଏସଆଇ ମନୋରଞ୍ଜନ ପ୍ରଧାନ ଯୋଗଦେଇକାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିବାବେଳେ ଫାଇନାଲ ମ୍ୟାଚରେ
ମୁଖ୍ୟଅତିଥି ଭାବରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିଲେ।ସେହିଭଳି ସମ୍ମାନିତ ଅତିଥିଭାବେ ଡ. ରାମଚନ୍ଦ୍ର ସାମନ୍ତରାୟ ବିଜ୍ଞାନ ଓ ପ୍ରଯୁକ୍ତ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଜିତେନ କୁମାର ପାଣିଗ୍ରାହୀ, ନାଳନ୍ଦା ଏଜୁକେସନ ହବର ମାଲିକ ଅମରେଶ ସାହୁ, ସଂଜୀବନୀ ମେଡିସିନ ଷ୍ଟୋରର ମାଲିକ ସୁଶୀଲ କୁମାର ଖଟୁଆ ଯୋଗଦାନ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ।ଆଜିର ମ୍ୟାଚକୁ ତ୍ରିଲୋଚନ ବସ୍ତି,ପୂର୍ଣ୍ଣଚନ୍ଦ୍ର ବେହେରା ଓ ଡ୍ୟାନ୍ସିଂ ଅମ୍ପେୟାର ବବୁଲ ପରିଚାଳନା କରିଥିଲେ ତତ୍ ସହିତ ଆଜିର କାର୍ଯ୍ୟକ୍ରମ କୁ ବିଶ୍ବରଂଜନ ସେଠୀ ସହଯୋଗ କରିଥିବା ଜଣାପଡ଼ିଛି ।
(ନ୍ୟୁଜହେଡ଼ ରତ୍ନାକର ହୋତାଙ୍କ ରିପୋର୍ଟ)
Post a Comment