//BREAKING//
Loading...

ଦଶପଲ୍ଲା ଉତ୍ସବମୁଖର , ଚାଲିଛି ଶକ୍ତି ଉପାସନା


ଦଶପଲ୍ଲା :  ଚାଲିଛି ଆଦ୍ୟାଶକ୍ତି , ଅଭୟ ବରଦାୟିନୀ ମା ' ଦଶଭୂଜା ଦୁର୍ଗା କଂର ପାର୍ବଣ ପୂଜା , ଦଶପଲ୍ଲାର ଗାଁ ଠୁ ସହର ସର୍ବତ୍ର ଦଶହରା ପାଇଁ ଉତ୍ସବ ମୁଖର ହୋଇ ଉଠିଛି। ଦୂର୍ଗାବଜାର ସ୍ଥାୟୀ ମଣ୍ଡପ ଓ ମେଡିକାଲ ଛକରେ ଦୁର୍ଗତିନାଶିନୀ ମା’ଦୂର୍ଗାଙ୍କ ପୂଜାର୍ଚ୍ଚନା ସାଂଗକୁ ପାଗ ଅନକୂଳ ଥିବାରୁ ସଂଜ ନଇଲେ ଭକ୍ତମାନଙ୍କ ଭିଡ଼ ବେଶ୍ ପରିଲକ୍ଷିତ ହେଉଛି। ଉଲ୍ଲେଖ ଯୋଗ୍ୟ ଯେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଦଶପଲ୍ଲା ଖଣ୍ଡ ଆନୁକୂଲ୍ୟରେ ସଂଘର ପ୍ରତିଷ୍ଠା ଦିବସ ଓ ବିଜୟାଦଶମୀ ଉତ୍ସବ ଗୁରୁବାର ଦିନ ଦୁର୍ଗାବଜାର କଲୋନୀ ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । ଅଜୟ କୁମାର ବେହେରାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ବହୁବିଧ କାର୍ଯ୍ୟ କ୍ରମରେ ବି .ଏସ୍.ଶକଲେଜ, ଦଶପଲ୍ଲାର ସଂସ୍କୃତ ଅଧ୍ୟାପକ ଡ଼. ରମେଶ ଚନ୍ଦ୍ର ଦାଶ, ନୟାଗଡ ଜିଲ୍ଲା ସର ସଂଘଚାଳକ ହରପ୍ରସାଦ ରଣସିଂହ ଓ ଦଶପଲ୍ଲା ଖଣ୍ଡ ଚାଳକ ଯୁଗଳ କିଶୋର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଶତାବ୍ଦିକ ଆର୍ ଏସ୍ ଏସ୍ କର୍ମୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।


      (ନ୍ୟୁଜହେଡ଼ ରତ୍ନାକର ହୋତାଙ୍କ ରିପୋର୍ଟ)

Post a Comment

Previous Post Next Post

ଉତ୍ସର୍ଗ ନ୍ୟୁଜ ଆରମ୍ଭ ମାତ୍ର

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe