//BREAKING//
Loading...

ନବରାତ୍ରି ପାଇଁ ବୌଦ୍ଧ ଗାୟତ୍ରୀ ପିଠ ଚଳଚଞ୍ଚଳ

 




ବୌଦ୍ଧ:ନାରୀ ହିଁ ସେନେହମୟୀ, ନାରୀ ହିଁ କରୁଣାମୟୀ, ନାରୀ ହେଉଛି ଶକ୍ତି ର ପ୍ରତୀକ । ଏହାକୁ ପ୍ରତିପାଦନ କରିବାକୁ ଶୁକ୍ରବାର ଦିନ ନବରାତ୍ରୀ ପୂଜା ପୂର୍ଣ୍ଣାହୁତି ଅବସରରେ  ବୌଦ୍ଧ ଗାୟତ୍ରୀ ଶକ୍ତିପୀଠ ଠାରେ ନବକନ୍ୟା ପୂଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଦୁଇବର୍ଷ ରୁ ନଅବର୍ଷ ପର୍ଯ୍ୟନ୍ତ ୯ଟି  କୁମାରୀ କନ୍ୟାମାନଙ୍କୁ ଦେବୀ ରୂପରେ ମଞ୍ଚାସିନ କରି ନଅଦିନ ଧରି ନବରାତ୍ର ସାଧନା କରିଥିବା ଭକ୍ତ ମାନଙ୍କ ଦ୍ୱାରା ଭକ୍ତି ଓ ସମ୍ମାନ ସହ ପୂଜନ କରାଯିବା ସହ ଭୋଗ ଏବଂ ଉପହାର ପ୍ରଦାନ କରାଯାଇଛି । ଏହି ପରମ୍ପରା ବହୁ ଆଗରୁ ଆମ ହିନ୍ଦୁଧର୍ମରେ ପ୍ରଚଳିତ । ଏହା ଦ୍ବାରା ପରିବାରରେ ଶାନ୍ତି ଓ ପ୍ରଗତି ଆସେ ବୋଲି ମାନ୍ୟତା ରହିଛି । ଏହି କାର୍ଯ୍ୟକ୍ରମ କୁ ପରିଚାଳିତ କରିଥିଲେ, ଗାୟତ୍ରୀ ଶକ୍ତି ପୀଠ ର ମୂଖ୍ୟଟ୍ରଷ୍ଟି,  ଅଧ୍ୟlପକ  ଡ଼. ପ୍ରବୀର କୁମାର ଦାସ।  ପ୍ରଥମେ  ବିଶ୍ଵଶାନ୍ତି ପାଇଁ ଗାୟତ୍ରିଯଜ୍ଞ  ଅନୁଷ୍ଠିତ ହୋଇ ୧୦୮ ଥର ଗାୟତ୍ରୀ ମନ୍ତ୍ରlହୁତି  ଅର୍ପଣ କରାଯାଇଥିଲା । ତାପରେ  ସମସ୍ତ ଦେବାଦେବୀ ମାନଙ୍କୁ ଆହୁତି ପ୍ରଦାନ କରାଯାଇଥିଲା ।  ସମସ୍ତଙ୍କ ପାଇଁ ପ୍ରସାଦ ସେବନ ର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ଏଥିରେ ବରିଷ୍ଠ ସଦସ୍ୟ ହୃଦାନନ୍ଦ ମେହେର, ମୃଣାଳିନୀ ଦାସ, ଗୀତାଞ୍ଜଳି ପଟ୍ଟନାୟକ,  ଆଇଁଠୁ ମଲିକ,ପିତାମ୍ବର ମେହେର, ନାରାୟଣ ପ୍ରଧାନ ଇତ୍ୟାଦି ବହୁ ସହଯୋଗ କରିଥିଲେ ।ଶାନ୍ତିକୁଞ୍ଜ,ହରିଦ୍ଵାର ର ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଦ୍ବାରା ଆୟୋଜିତ ଏହି  ସମାଜ ସଂସ୍କାର କାର୍ଯ୍ୟକ୍ରମ ବହୁ ଆଦୃତ ଲାଭ କରିପାରିଛି ।

Post a Comment

Previous Post Next Post

ଉତ୍ସର୍ଗ ନ୍ୟୁଜ ଆରମ୍ଭ ମାତ୍ର

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe