ବୌଦ୍ଧ:ହରଭଙ୍ଗା ବ୍ଲକ ଚାରିଛକ ବିର୍ଷାମୁଣ୍ଡା ଆଦିବାସୀ ସଭା ଗୃହରେ ଅନୁସୂଚିତ ଜାତି ଓ ଜନଜାତି କର୍ମଚାରି କଲ୍ୟାଣ ସମନ୍ୱୟ ପରିଷଦ ଗଠନ ହୋଇଯାଇଛି । ଅବସରପ୍ରାପ୍ତ କର୍ମଚାରୀ ଜନକ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ବୌଦ୍ଧଜିଲ୍ଲାର ସାଙ୍ଗଠନିକ ସମ୍ପାଦକ ସତ୍ୟନାରାୟଣ ନାୟକ ଓ ଅତିରିକ୍ତ ସାଧାରଣ ସମ୍ପାଦକ ବେଦବର ପ୍ରଧାନଙ୍କ ତତ୍ୱାବଧାନରେ ପରିଷଦର ସଭାପତି ଭାବେ ବାଲ୍ମୀକି ପ୍ରଧାନ ଏସଆଇ ପୁରୁଣାକଟକ ଥାନା ,କାର୍ଯ୍ୟକାରୀ ସଭାପତି ଭାବେ ଜିତେନ୍ଦ୍ର ପ୍ରଧାନ , ସାଧାରଣ ସମ୍ପାଦକ ସୁଧାଂଶୁ ବେହେରା ,ଅତିରିକ୍ତ ସାଧାରଣ ସମ୍ପାଦକ ଦିଲ୍ଲୀପ ମଲ୍ଲିକ ,ସାଙ୍ଗଠନିକ ସମ୍ପାଦକ କୈଳାସ ବେହେରା ,ନିଯୁକ୍ତି ସମ୍ପାଦକ ରବିନ ମଲ୍ଲିକ ,ସାଂସ୍କୃତିକ ସମ୍ପାଦକ ବିରେନ୍ଦ୍ର କହଁର, ଆର୍ଥିକ ସମ୍ପାଦକ ବିନାୟକ ଯାନୀ, ଅତିରିକ୍ତ ସମ୍ପାଦକ ସନ୍ତୋଷ ମଲ୍ଲିକ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି । ଏଥି ସହିତ ୧୫ଜଣ କାର୍ଯ୍ୟକାରୀ ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି । କମିଟି ଗଠନର ପର୍ଯ୍ୟବେକ୍ଷକ ଭାବେ କର୍ଣ୍ଣ ପ୍ରଧାନ ,ଜନକ ପାତ୍ର ଓ କନିଷ୍ଠ ମଲ୍ଲିକ ଯୋଗଦେଇ ପରିଷଦର ଉଜ୍ଜଳ ଭବିଷ୍ୟତ କାମନା କରିଥିବା ଜଣାପଡ଼ିଛି।
ହରଭଙ୍ଗା ବ୍ଲକ ଏସସିଓଏସଟି କର୍ମଚାରୀ ସମନ୍ୱୟ ପରିଷଦ ଗଠନ
By: USCHHARGA NEWS
0
Post a Comment