ଦଶପଲ୍ଲା : ରାଜ୍ୟର ବିଭିନ୍ନ ଶକ୍ତିପୀଠ ଓ ପୂଜା ମଣ୍ଡପରେ ଚାଲିଛି ମା"ଙ୍କ ନବଦିନାତ୍ମକ ପୂଜା ଏବଂ ସମସ୍ତଙ୍କୁ ଦର୍ଶନ ଦେଉଛନ୍ତି ମା" ।ଏହି ଅବସରରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବିଭିନ୍ନ ପୂଜା ମଣ୍ଡପ ବୁଲିବା ସହିତ ଗଣିଆର ସମସ୍ତ ଜନସାଧାରଣଙ୍କୁ ଭେଟିଥିଲେ ।ଶ୍ରୀ ବେହେରା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଗଣିଆ ବ୍ଲକର କିଶୋରପ୍ରସାଦ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ,କିଶୋରପ୍ରସାଦ,ଖଲିସରା,ପାଣ୍ଡରାସିଂହା,ଗଣିଆ ବଜାର , ରାସଙ୍ଗ,ଲକ୍ଷ୍ମୀପ୍ରସାଦ, ଛାମୁଣ୍ଡିଆ,ମସ୍କାଝୋଲା,ରାଜୀଙ୍ଗି ଆଦି ସ୍ଥାନରେ ବୁଲି ମା ' ଙ୍କୁ ଦର୍ଶନ କରିଥିଲେ ।ଏବଂ ଗଣିଆ ବଜାର କମିଟି ତରଫରୁ ବିଧାୟକ ଶ୍ରୀ ବେହେରା ଙ୍କୁ ଶାରଦୀୟ ଦୁର୍ଗାପୂଜା ର ଅଭିନନ୍ଦନ ମଧ୍ୟ ଜଣାଯାଇଥିଲା ।ଏହା ବ୍ୟତୀତ ଅନେକ ଗ୍ରାମର ପୂଜା ମଣ୍ଡପ ବୁଲି ମା' ଙ୍କୁ ଦର୍ଶନ କରିଥିଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା।
ଗଣିଆ ବ୍ଲକର ବିଭିନ୍ନ ପୂଜା ମଣ୍ଡପ ବୁଲି ମା ' ଙ୍କୁ ଦର୍ଶନକଲେ ଦଶପଲ୍ଲା ବିଧାୟକ
By: USCHHARGA NEWS
0
Post a Comment