//BREAKING//
Loading...

ଟାକରା ହାଇସ୍କୁଲର ବରିଷ୍ଠ ଅନୁଚର ବାଉରୀବନ୍ଧୁ ଯାନୀଙ୍କ ପରଲୋକ




ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଟାକରା ଗ୍ରାମ ପଂଚାୟତ ଅଧୀନସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ, ଟାକରାର ବରିଷ୍ଠ ଅନୁଚର ବାଉରୀବନ୍ଧୁ ଯାନୀଙ୍କ ୫୮ ବର୍ଷ ବୟସରେ ମଙ୍ଗଳବାର ଦିନ ପରଲୋକ ଘଟିଛି । ସେ ହଠାତ୍ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବରସ୍ଥିତ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ସେ ଜଣେ ବନ୍ଧୁ ବତ୍ସଳ, ଧର୍ମ ପରାୟଣ ଓ ପରୋପକାରୀ ବ୍ୟକ୍ତି ଭାବେ ବେଶ୍ ପରିଚିତ ଥିଲେ। ଏଭଳି ଦୁଃଖଦ ଖବର ପ୍ରଚାରିତ ହେବା ମାତ୍ରେ ସର୍ବତ୍ର ଶୋକର ଛାୟା ଖେଳି ଯାଇଥିଲା | ଖବରପାଇ ଟାକରା ହାଇସ୍କୁଲରେ କାର୍ଯ୍ୟରତ ସାମୁଏଲ ମଲ୍ଲିକ, ଶିବାନୀ ଦାସ, ସାଧୁ ଚରଣ ପ୍ରଧାନ, ରୁଦ୍ର ପ୍ରତାପ ସୁନ୍ଦର ସିଂ, ଶିକ୍ଷକ ପ୍ରଭାତ ଜେନା, ଆନନ୍ଦ ପଣ୍ଡା,ପ୍ରଶାନ୍ତ କୁମାର ମନ୍ତ୍ରୀଙ୍କ ସମେତ ଦଶପଲ୍ଲା, ଟାକରା ଅଂଚଳର ବହୁ ଜନସାଧାରଣ ଦଶପଲ୍ଲା ଏନ୍ଏସି ଅନ୍ତର୍ଗତ ଜଗାପୁର ସ୍ଥିତ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରି ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ । ପୈତୃକ ଗ୍ରାମ ସୁନ୍ଦରକୁମ୍ପା ଠାରେ ଅଶ୍ରୁ ଶିକ୍ତ ନୟନରେ ବାଉରୀବନ୍ଧୁଙ୍କୁ ଅନ୍ତିମ ବିଦାୟ ସହ ଅନ୍ତିମ ସଂସ୍କାର କରାଯାଇଥିଲା | ସୂଚନା ଥାଉକି ସେ ପୂର୍ବରୁ ମଧୁମେହ ଓ ରକ୍ତଚାପ ରୋଗରେ ଦୀର୍ଘଦିନ ଧରି ପୀଡ଼ିତ ଥିଲେ ଗତ କିଛିମାସ ତଳେ ଅସୁସ୍ଥତା ଅନୁଭବ କରିବାରୁ ସେ ଛୁଟିରେ ମଧ୍ୟ ରହିଥିଲେ।

Post a Comment

Previous Post Next Post

ଉତ୍ସର୍ଗ ନ୍ୟୁଜ ଆରମ୍ଭ ମାତ୍ର

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe