//BREAKING//
Loading...

ମୋବାଇଲ ଚୋରକୁ ଧରି ପୋଲିସର ଜିମା ଦେଲେ ବ୍ୟବସାୟୀ, ସିସିଟିଭିରେ କଏଦ ହେଲା ଚୋରୀବେଳର ଦୃଶ୍ୟ


 ଦଶପଲ୍ଲା : ଆଜି ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର ମେଡିକାଲ ଛକ ନିକଟରେ ଜିତେନ୍ଦ୍ର ମହାରଣା ନାମକ ଜଣେ ବ୍ୟବସାୟୀଙ୍କ ଦୋକାନକୁ ଜଣେ ଯୁବକ କିଣିବା ଉଦ୍ଧେଶ୍ୟରେ ଆସି ଅତି ଚତୁରତା ସହିତ ଜିତେନ୍ଦ୍ରଙ୍କୁ ଜିନିଷ ଆଣିବାକୁ ଭିତରକୁ ପଠାଇଦେଇ ତାଙ୍କର ଟେବୁଲରେ ଥିବା ୨ଟି ମୋବାଇଲ କୁ ନେଇଯିବା ପାଇଁ ଉଦ୍ୟମ କରିଥିଲେ କିନ୍ତୁ ୨ଟି ମୋବାଇଲ ମଧ୍ୟରୁ ଗୋଟିଏ ନେଇଯିବାରେ ସକ୍ଷମ ହୋଇଥିଲେ ଯୁବକ ଜଣକ। ଜିତେନ୍ଦ୍ର ଦୋକାନ ଭିତରୁ ଆସି ମୋବାଇଲ ଖୋଜିବା ବେଳେ ମୋବାଇଲ ନ ପାଇପାରି ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ କୁ ଦେଖିଥିଲେ।

ସେଠାରେ କିଣିବାକୁ ଆସିଥିବା ଯୁବକ ଜଣକ ମୋବାଇଲ ଟି ନେଇଯାଇଥିବା ଦେଖିପାରି ସଂଗେସଂଗେ ଉକ୍ତ ଯୁବକଙ୍କୁ ଖୋଜିଥିଲେ। ଶେଷରେ ଉକ୍ତ ଯୁବକ ଜଣକ ଅନ୍ୟତ୍ର ଯିବା ପାଇଁ ମେଡିକାଲ ଛକ ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିବା ଜାଣିପାରି ଜିତେନ୍ଦ୍ର ବସ ଷ୍ଟାଣ୍ଡରେ  ପହଞ୍ଚି ଯୁବକ କୁ ଧରିନେଇଥିଲେ। ପରେ ଯୁବକ ଜଣକ ଜିତେନ୍ଦ୍ର ଙ୍କ ମୋବାଇଲ ଫୋନ ଫେରାଇ ପାରିନଥିବା ବେଳେ ଜିତେନ୍ଦ୍ର ଉକ୍ତ ଯୁବକ ଜଣକୁ ଦଶପଲ୍ଲା ପୋଲିସର ଜିମା ଦେଇଥିବା ଜଣା ପଡ଼ିଛି।

                  ( ଦଶପଲ୍ଲାରୁ ଚିତ ରଞ୍ଜନ ମିଶ୍ରଙ୍କ ରିପୋର୍ଟ )

Post a Comment

Previous Post Next Post

ଉତ୍ସର୍ଗ ନ୍ୟୁଜ ଆରମ୍ଭ ମାତ୍ର

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe