//BREAKING//
Loading...

ଗଣିଆ ଥାନାରେ ନୂତନ ଆଇନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

 



ଗଣିଆ - ଗଣିଆ ଥାନା ପରିସରରେ ନୂତନ ଆଇନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା, ବରିଷ୍ଠ ନାଗରିକ ମଞ୍ଚର ସଭାପତି ଗିରିଶ କୁମାର ମିଶ୍ର,ଗଣିଆ ସରପଞ୍ଚ ଗିରିଧାରୀ ସେଠୀ,ରାସଙ୍ଗ ସରପଞ୍ଚ ତଥା ଆଇନଜୀବୀ ମାନସ ମହାଖୁଡ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ବଜାର କମିଟି ସଭାପତି, ଲୋକପ୍ରତିନିଧି, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ନୂତନ ଭାବେ ପ୍ରଣୟନ ହୋଇଥିବା ଆଇନ ସମ୍ପର୍କରେ ଥାନା ଅଧିକାରୀ ଆଲୋଚନା କରିଥିଲେ । ନୂଆ ଆଇନ ସମ୍ପର୍କରେ ସମସ୍ତେ ଜାଣିବା ନିହାତି ଆବଶ୍ୟକ ହୋଇଥିବାରୁ ଜନସାଧାରଣଙ୍କୁ ଏ ବିଷୟରେ ସଚେତନ କରିବା ଅବସରରେ ଥାନା ପରିସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଥାନା ଅଧିକାରୀ ପ୍ରକାଶ କରିଥିଲେ । ବିଭିନ୍ନ ଆଇନ ସମ୍ପର୍କରେ ଗାଁ ଗାଁରେ ସଚେତନତା କାର୍ଯ୍ୟକ୍ରମ କରି ଜନ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ପୋଲିସ ମାନଙ୍କୁ ସହଯୋଗ କଲେ ସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ଗଣିଆ ସରପଞ୍ଚ ମତ ଦେଇଥିଲେ । ବିଭିନ୍ନ ଆଇନ ଓ ତାର କାର୍ଯ୍ୟଧାରା ସମ୍ପର୍କରେ ଆଇନଜୀବୀ ତଥା ସରପଞ୍ଚ ମାନସ ମହାଖୁଡ ବିସ୍ତୃତ ଆଲୋଚନା କରିଥିଲେ ।

                              
(ଚିତ ରଂଜନ ମିଶ୍ରଙ୍କ ରିପୋର୍ଟ )

Post a Comment

Previous Post Next Post

ଉତ୍ସର୍ଗ ନ୍ୟୁଜ ଆରମ୍ଭ ମାତ୍ର

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe