ଦଶପଲ୍ଲା - ଦଶପଲ୍ଲା ଥାନାଅଧିକାରୀଣୀ ଅନିତା ସାହୁ ଙ୍କ ତତ୍ୱାବଧାନରେ ବ୍ଲକ ପରିସରରେ ସଭା ଗୃହରେ ନୂତନ ଆଇନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ଥାନା ଅଧିକାରୀଣୀ ଅନିତା ସାହୁ ଦଶପଲ୍ଲା ବ୍ଲକ ର ଅଧକ୍ଷ ସୁନନ୍ଦା ସାହୁ, ଆଇନଜୀବୀ ଦିଲ୍ଲୀପ କୁମାର ପଣ୍ଡା ମଞ୍ଚାସୀନ ଥିବା ବେଳେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ,ଲୋକପ୍ରତିନିଧି , ଦଶପଲ୍ଲା ଏନ୍ ଏ ସି ର କାଉନସିଲର ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ନୂତନ ଭାବେ ପ୍ରଣୟନ ହୋଇଥିବା ଆଇନ ସମ୍ପର୍କରେ ଥାନା ଅଧିକାରୀ ଆଲୋଚନା କରିଥିଲେ । ନୂଆ ଆଇନ ସମ୍ପର୍କରେ ସମସ୍ତେ ଜାଣିବା ନିହାତି ଆବଶ୍ୟକ ହୋଇଥିବାରୁ ଜନସାଧାରଣଙ୍କୁ ଏ ବିଷୟରେ ସଚେତନ କରିବା ଅବସରରେ ବ୍ଲକ ପରିସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଥାନା ଅଧିକାରୀଣୀ ପ୍ରକାଶ କରିଥିଲେ । ବିଭିନ୍ନ ଆଇନ ସମ୍ପର୍କରେ ଗାଁ ଗାଁରେ ସଚେତନତା କାର୍ଯ୍ୟକ୍ରମ କରି ଜନ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ପୋଲିସ ମାନଙ୍କୁ ସହଯୋଗ କଲେ ସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଇନଜୀବୀ ଦିଲ୍ଲୀପ କୁମାର ପଣ୍ଡା ମତ ଦେଇଥିଲେ । ବିଭିନ୍ନ ଆଇନ ଓ ତାର କାର୍ଯ୍ୟଧାରା ସମ୍ପର୍କରେ ବ୍ଲକ ଅଧକ୍ଷା ସୁନନ୍ଦା ସାହୁ ବିସ୍ତୃତ ଆଲୋଚନା କରିଥିଲେ ।
ଦଶପଲ୍ଲା ବ୍ଲକର ସଭାଗୃହରେ ନୂତନ ଆଇନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ
By: USCHHARGA NEWS
0
Post a Comment