ଦଶପଲ୍ଲା : ଦଶପଲ୍ଲାର ଅଗ୍ରଣୀ ଯୁବ ସଂଗଠନ ସୀତାରାମ ୟୁଥ୍ କ୍ଳବର ନୂତନ କର୍ମକର୍ତ୍ତା ଆଜି ଚୟନ ହୋଇଯାଇଛି । କ୍ଳବ୍ ପରିସରରେ ବସିଥିବା ବୈଠକରେ ସର୍ବସମ୍ମତି କ୍ରମେ ସଭାପତି ରୂପେ ଶ୍ରୀକାନ୍ତ କୁମାର ସାହୁ ଙ୍କୁ ଚୟନ କରାଯାଇଥିବା ବେଳେ ସମ୍ପାଦକ ଭାବରେ ଚନ୍ଦନ କୁମାର ସାହୁ ଙ୍କୁ ଚୟନ କରାଯାଇଥିବା ଜଣାପଡ଼ିଛି।ସୂଚନାଥାଉକି ଦଶପଲ୍ଲାର ଯୁବ ମହୋତ୍ସବ ମହକ ,ଉତ୍କଳ ଦିବସ,ଯୋଗଶିବିର ,ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ଶିବିର ,ରକ୍ତଦାନ ଶିବିର ,ଅଗ୍ନିବିପନ୍ନ ପରିବାର କୁ ସହାୟତା ଭଳି କାର୍ଯ୍ୟକ୍ରମ କରି ଅଞ୍ଚଳରେ ବେଶ୍ ପ୍ରଶଂସା ସାଉଁଟି ପାରିଛି ସୀତାରାମ ୟୁଥ୍ କ୍ଳବ୍ ।ଏହି ଯୁବକ ସଂଘରେ ସମୁଦାୟ ୧୫୦ ରୁ ଉର୍ଦ୍ଧ୍ବ ଯୁବକ ଯୋଡ଼ିହୋଇ ରହିଥିବା ଜଣାପଡ଼ିଛି ।
Post a Comment