ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କାପ୍ତାପଲ୍ଲୀ ପଞ୍ଚାୟତରେ ଥିବା ଘାଗୁଡ଼ିଦେବୀ ଯୁବକ ସଂଘର ନୂତନ ଗୃହର ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଯୁବକ ସଂଘ ନୂତନ ଗୃହ ଉଦ୍ଘାଟନ କରିବା ସହିତ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ।ତତ୍ ସହିତ ଯୁବକ ମାନଙ୍କ ଏକତା ବିକାଶ ପାଇଁ ନିହାତି ଆବଶ୍ୟକ ବୋଲି କହିଥିଲେ ।ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା ,ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳବେହେରା, ସମିତିସଭ୍ୟା ସୁଷମା ବେହେରା , ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି ,ସମିତିସଭ୍ୟ ତଥା ଯୁବକ ସଂଘ ସଭାପତି ସଞ୍ଜୀବ କୁମାର ଡ଼ାକୁଆ ,ସମ୍ପାଦକ ପ୍ରଶାନ୍ତ କୁମାର ବେହେରା , ସମାଜସେବୀ ପ୍ରଦୀପ ଜାନୀ,ପୂର୍ବତନ ସରପଂଚ ହାଡ଼ିବନ୍ଧୁ ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ ।ଯୁବକ ସଂଘର ସଦସ୍ୟ ଓ ପଞ୍ଚାୟତବାସୀଙ୍କ ସହଯୋଗରେ ତିନିଦିନ ଧରି ପୌରାଣିକ ନାଟକ ଅନୁଷ୍ଠିତ ହୋଇଥିବା ଶୁଣିବାକୁ ମିଳିଛି ।
Post a Comment