//BREAKING//
Loading...

କଳାକାର କୁଂ ଉତ୍ସାହିତ କଲେ ଦଶପଲ୍ଲା ଲୋକପ୍ରିୟ ବିଧାୟକ ରମେଶ ଚନ୍ଦ୍ର ବେହେରା

 



ଦଶପଲ୍ଲା ପଶ୍ଚିମାଞ୍ଚଳର ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳ ଭାବରେ ପରିଚିତ ଟାକରା ସ୍ଥିତ ବାବା ସିଦ୍ଧେଶ୍ବର ବଣିକସଂଘ ଆନୁକୂଲ୍ୟରେ ଆୟୋଜିତ ଧନଦାତ୍ରୀ ମା ଗଜଲକ୍ଷ୍ମୀ କଂ ପୂଜା ମହୋତ୍ସବ ଅବସରରେ ଅନୁଷ୍ଠିତ ହେବାକୁଥିବା ପୈlରାଣିକ ନାଟକ"  ଅନ୍ଧ ପାଇଲା ଚକ୍ଷୁଦାନ ° ନାଟକର କଳାକାର ମାନକଂ ମନୋବଳ ,ଏକାଗ୍ରତା ଓ କଳାତ୍ମକ ପ୍ରତିଭାକୁ ଉତ୍ସାହିତ କରିବା ଉଦ୍ୟେଶ୍ୟରେ , ଦଶପଲ୍ଲାର ଲୋକପ୍ରିୟ ବିଧାୟକ ରମେଶଚନ୍ଦ୍ର ବେହେରା ଆଜି ଟାକରା ସ୍ଥିତ ବାବା ସିଦ୍ଧେଶ୍ବର କଂ ମନ୍ଦିର ପ୍ରାଂଗଣରେ ଉପସ୍ଥିତ ହୋଇଥିଲେ । ପ୍ରଥମେ ଧନଦାତ୍ରି ମା ଗଜଲକ୍ଷ୍ମୀ ଙ୍କ କୃପାଭିକ୍ଷା କରିବା ସହିତ ପରେ ସିଦ୍ଧେଶ୍ବର କଂ କୃପାଭିକ୍ଷା କରିବାପରେ, ମହାମାୟୀ କୁଂ ଦର୍ଶନ କରିଥିଲେ । ଏହାପରେ ରଂଗମଂଚ ନିକଟରେ ପହଞ୍ଚି କଳାକାରଙ୍କୁ ଉତ୍ସାହିତ କରି ବିଭିନ୍ନ ଉପଦେଶ ଦେଇ କଳାକାରକଂ ମନୋବଳ ଦୃଢ କରିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ର ବିଜେଡ଼ି ସଂଗଠକ ଉପେନ୍ଦ୍ର କୁମାର ସାହୁ ,୯ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟ ହରିଶ୍ଚନ୍ଦ୍ର ଜାନୀ ,ବ୍ଲକ ବିଜେଡ଼ି ସଭାପତି ସୁଦାମ ଚରଣ ନାୟକ ପ୍ରମୁଖ ଯୋଗ ଦେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ପ୍ରବୀର କୁମାର ସାହୁ ,ନିହାର ରଞ୍ଜନ ମହାନ୍ତି ,ଜଗବନ୍ଧୁ ଆଚାର୍ଯ୍ୟ ,ସନ୍ତୋଷ କୁମାର ସାହୁ ,ନିର୍ମଳ ବାରିକ ,ମାନସ କୁମାର ସାହୁ,ଅଭିମନ୍ୟୁ ସାହୁ ,ଜିତେନ୍ଦ୍ର କୁମାର ସାହୁ ,ପ୍ରଦୀପ କୁମାର ସାହୁ,ପ୍ରଶାନ୍ତ କୁମାର ସାହୁ ,ବିସମ୍ବର୍ ନାଏକ ,ବିରଞ୍ଚି ସାହୁ ଏବଂ ଅନ୍ୟାନ୍ୟ ସମସ୍ତ ଦୋକାନୀ ମାନେ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post

ଉତ୍ସର୍ଗ ନ୍ୟୁଜ ଆରମ୍ଭ ମାତ୍ର

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe