//BREAKING//
Loading...

ପଥଚାରୀ କଂ ପାଇଁ ବିପଦ ସୃଷ୍ଟି କରୁଛି ଶୁଖିଲା ଗଛ ।

 


ଦଶପଲ୍ଲା : - (ଉତ୍ସର୍ଗ ନ୍ୟୁଜ):ଖୋର୍ଦ୍ଧା - ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ର ଦଶପଲ୍ଲା ଠାରୁ ବଉଦ୍ ଜିଲ୍ଲାର ବାରିଂଗ, ବଦଲା ମଧ୍ୟରେ ଜାତୀୟ ରାଜପଥର ଦୁଇ ପାର୍ଶ୍ବରେ ଅନେକ ଶୁଖିଲା ଗଛ ପଥଚାରୀ କଂ ଯାତାୟାତ ରେ ବିପଦ ସୃଷ୍ଟି କରୁଛି । ରାସ୍ତା ପାର୍ଶ୍ବରେ ରହିଥିବା ଶୁଖିଲା ଗଛ ଗୁଡ଼ିକ ରୁ  ବଡ଼ବଡ଼ ଡାଳ ଭାଂଗି ପଥଚାରୀ ଓ ବିଭିନ୍ନ ଯାନବାହନ ଉପରେ ପଡିବା ଯୋଗୁଁ, ବହୁ ପଥଚାରୀ ଆହତ ହେବା ସଂଗେ ସଂଗେ ବହୁ ଯାନବାହନ କ୍ଷତିଗ୍ରସ୍ତ ହେଉଥିବା ଜଣାପଡ଼ିଛି ।ପୂର୍ବରୁ ଲଗାଣ କାଳ ବେଶାଖି ଯୋଗୁଁ ଶୁଖିଲା ଗଛ ଗୁଡ଼ିକ ଉପୁଡି ଜାତୀୟ ରାଜପଥ ଉପରେ ପଡିବା ଯୋଗୁଁ , ଜାତୀୟ ରାଜପଥ ରେ ଯାଉଥିବା ଯାତ୍ରୀ ଓ ପଣ୍ୟବାହୀ ଯାନବାହନ ଘଣ୍ଟା ଘଣ୍ଟା ଧରି ଅଟକି ରହୁଥିବା ଦେଖିବାକୁ ମିଳିଥିଲା । ଜାତୀୟ ରାଜପଥ ପ୍ରାଧିକରଣ ଏଥିପ୍ରତି ଉଦାସୀନ ରହୁଥିବାରୁ ସର୍ବସାଧାରଣରେ ଭୃ କୁଂଚନ ସୃଷ୍ଟି କରିଥିବା ଜଣାପଡ଼ିଛି।

 ନ୍ୟୁଜହେଡ ରତ୍ନାକର ହୋତାଙ୍କ ରିପୋର୍ଟ

Post a Comment

Previous Post Next Post

ଉତ୍ସର୍ଗ ନ୍ୟୁଜ ଆରମ୍ଭ ମାତ୍ର

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe