ନୂଆଦିଲ୍ଲୀ: କିଛି ଦିନ ତଳେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଗତ ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେତାଙ୍କ ନାମ ଘୋଷଣା କରିଥିଲେ। ଶ୍ରେଷ୍ଠ ଚଳଚ୍ଚିତ୍ରଠାରୁ ଆରମ୍ଭ କରି ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନାମ ସାମ୍ନାକୁ ଆସିଥିଲା। ଫିଲ୍ମ ‘କାନ୍ତାରା’ ପାଇଁ ଋଷବ ସେଟ୍ଟୀଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିବ ବୋଲି ଘୋଷଣା କରାଯିବା ପରେ ଏବେ ଖୁସି ଅଛନ୍ତି ଋଷବ। ଏହି ଘୋଷଣା ପରେ ସେ ଅନେକ ସାକ୍ଷାତକାରରେ ନଜର ଆସୁଛନ୍ତି। ଏବେ ସେ ଦେଇଥିବା ଏକ ସାକ୍ଷାତକାରର ଭିଡିଓ ଖୁବ ଭାଇରାଲ ହେଉଛି, ଯେଉଁଥିରେ ସେ ବଲିଉଡକୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି।
ବଲିଉଡ ଭାରତର ଭାବମୂର୍ତ୍ତି ଖରାପ କରୁଛି: ଋଷବ ସେଟ୍ଟୀ
By: USCHHARGA NEWS
0
Tags
Entertainment
Post a Comment