ଦଶପଲ୍ଲା : ଗତ ମେ ମାସ ୯ ତାରିଖ ରୁ ଦଶପଲ୍ଲା ବ୍ଲକର କୁଲୁରୁକୁମ୍ପା ଠାରେ ଏମବିସିସି କ୍ରିକେଟ କ୍ଲବ ତରଫରୁ ୧୬ଗୋଟି କ୍ରିକେଟ ଦଳ କୁ ନେଇ ଏକ କ୍ରିକେଟ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆଜି ଥିଲା ଏହାର ଅନ୍ତିମ ପର୍ଯ୍ୟାୟ ଅର୍ଥାତ ଫାଇନାଲ ପ୍ରତିଯୋଗିତା। ଏଥିରେ ଏମବିସିସି କ୍ରିକେଟ ଦଳ କୁଲୁରୁକୁମ୍ପା ସହିତ ୟଙ୍ଗଷ୍ଟାର କ୍ରିକେଟ ଦଳ ଟାକରା ମଧ୍ୟରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଟଚ ଜିତି ୟଙ୍ଗଷ୍ଟାର କ୍ରିକେଟ ଦଳ ଟାକରା ବ୍ୟାଟିଂ କରି ୧୯ ଓଭର ୨ଟି ବଲଖେଳି ସମସ୍ତ ୱିକେଟ୍ ହରାଇ ୧୪୯ ରନ ହାସଲ କରିଥିବା ବେଳେ ପ୍ରତିପକ୍ଷରେ ଏମବିସିସି କ୍ରିକେଟ ଦଳ କୁଲୁରୁକୁମ୍ପା ସର୍ବମୋଟ ୧୮ ଓଭରରେ ସମସ୍ତ ୱିକେଟ୍ ହରାଇ ୧୪୮ ରନ କରି ଟାକରା କ୍ରିକେଟ ଦଳ ଠାରୁ ପରାଜୟ ହୋଇଥିଲା। ଏଥିରେ ଟାକରା କ୍ରିକେଟ ଦଳର ଅଧିନାୟକ ଶିବାନନ୍ଦ ସାହୁ କହିଥିଲେ ଖେଳରେ ହାରଜିତ ଥାଏ ନିଜର ମନବଳ ଦୃଢ ରଖି ଖେଳପ୍ରତି ଆଗ୍ରହ ରଖି ଖେଳିଲେ ବିଜୟ ସୁନିଶ୍ଚିତ, ଖାଲି ଖେଳନୁହେଁ ବରଂ ଆପଣ ଯାହା ବି କାର୍ଯ୍ୟ କରିବେ ତାହାକୁ ସଠିକ ଭାବରେ କଲେ ନିଶ୍ଚୟ ସୁ- ଫଳ ପ୍ରାପ୍ତି ହେବ। ଆଜିର ଏହି ଫାଇନାଲ ମ୍ୟାଚରେ ମୁଖ୍ୟଅତିଥି ଭାବରେ ସମାଜସେବୀ ରବି ମହାରଣା ଓ ରୁନୁ ନାୟକ ପ୍ରମୁଖ ଉପସ୍ଥିତ ରହି କ୍ରୀଡ଼ାପ୍ରେମୀ ଙ୍କୁ ଉତ୍ସାହିତ କରିଥିଲେ।
Post a Comment