ଦଶପଲ୍ଲା : ଆଜି ପ୍ରଭୁ ଶନିଶ୍ଚର ଦେବଙ୍କ ତୃତୀୟ ତମ ବାର୍ଷିକ ଉତ୍ସବ ଧୁମଧାମର ସହିତ ଦଶପଲ୍ଲା ବ୍ଲକ ଅଧିନସ୍ଥ ଟାକରା ପଞ୍ଚାୟତ ସ୍ଥିତ ଗୋପାଳପୁର ଠାରେ ବ୍ରାହ୍ମଣ ମାନଙ୍କ ବେଦମନ୍ତ୍ର ଉଚ୍ଚାରଣ ପୂର୍ବକ ପାଳନ ହୋଇଯାଇଛି ।ସକାଳୁ ସୂର୍ଯ୍ୟପୂଜା ଓ ଗ୍ରହରାଜ ଶନିଶ୍ଚରଙ୍କ ଷୋଡଶ ଉପଚାର ପୂଜା ଗ୍ରହଯଜ୍ଞ, ଦିନ ୧୨ ଘଟିକା ଠାରୁ ପ୍ରସାଦ ସେବନ କାର୍ଯ୍ୟକ୍ରମ ଚାଲୁ ରହିଥିଲା । ଶନିଶ୍ଚର ଦେବଙ୍କ ବାର୍ଷିକ ଉତ୍ସବରେ ଅଂଚଳର ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ଶନିଶ୍ଚର ଦେବଙ୍କ ଦର୍ଶନ କରିବା ସହିତ ପ୍ରସାଦ ସେବନ କରିଥିଲେ। ସୂଚନା ଥାଉକି ଦୀର୍ଘ ୧୦ ରୁ ୧୫ ବର୍ଷ ତଳେ ଅଂଚଳର ସ୍ବର୍ଗତ ଅନନ୍ତ ଆଚାର୍ଯ୍ୟ ଅଂଚଳରୁ ୧୫ ଜଣ ମହିଳାଙ୍କୁ ନେଇ ଏକ ବରଗଛ ମୂଳେ ଶନିଶ୍ଚର ଦେବଙ୍କୁ ରଖି ପୂଜାର୍ଚନା କରି ଆସୁଥିଲେ। ପରେ ୨୦୧୭ ମସିହାରେ ଗ୍ରାମରେ ଏକ ମନ୍ଦିର ନିର୍ମାଣ କରିବା ପାଇଁ ଗ୍ରାମବାସୀ ଚିନ୍ତା କରି ଉଦ୍ୟମ ଆରମ୍ଭ କରିଦେଇଥିଲେ।ପରିଶେଷରେ ବହୁ ବାଧାବିଘ୍ନ କୁ ସାମ୍ନା କରି ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ଗ୍ରାମରେ ଏକ ଶନିଶ୍ଚର ମନ୍ଦିର ନିର୍ମାଣ କରିଥିଲେ।
କିନ୍ତୁ ଦୁଃଖର ବିଷୟ ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ମିଳିଥିବା ସହାୟତାରେ ମନ୍ଦିର କାର୍ଯ୍ୟ ସମ୍ପୂର୍ଣ ହୋଇ ପାରିନଥିଲା। ଗ୍ରାମର କିଛି ଲୋକ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ ଏ ସମ୍ପର୍କେ ଜଣାଇବାରୁ ବିଧାୟକ ଶ୍ରୀ ବେହେରା ସମ୍ପୂର୍ଣ ସହାୟତା ଯୋଗାଇଥିଲେ ଫଳରେ ମନ୍ଦିର କାର୍ଯ୍ୟ ସମ୍ପୂର୍ଣ ହୋଇଯାଇଥିଲା।।ପରେ ସେହିଦିନ ଠାରୁ ପ୍ରତ୍ୟକ ଦିନ ଶ୍ରଦ୍ଧାଳୁ ମନ୍ଦିରକୁ ଦର୍ଶନ କରିବାକୁ ଆସୁଥିବା ବେଳେ ପ୍ରତ୍ୟକ ଶନିବାର ଦିନ ଅଂଚଳର ୫୦ ରୁ ଉର୍ଧ୍ଵ ମହିଳା ଶନିଓଷା କରୁଛନ୍ତି।ପ୍ରତ୍ୟକ ବର୍ଷ ଠାକୁରଙ୍କ ବାର୍ଷିକ ଉତ୍ସବ ଧୁମଧାମର ସହିତ ଅନୁଷ୍ଠିତ ହୋଇ ଆସୁଛି।ତେବେ ଆଜି ଶନିଶ୍ଚର ଦେବଙ୍କ ବାର୍ଷିକ ଉତ୍ସବ ଧୁମ ଧାମର ସହିତ ପାଳନ ହୋଇଥିବା ବେଳେ ମନ୍ଦିର ନିକଟରେ ଡ଼ାଳ, ଛାମୁଣ୍ଡିଆ ରେ ହୋଇଥିବା ଅସ୍ଥାୟୀ ଯଂଜ୍ଞ ମଣ୍ଡପ କୁ ଯଦି କିଛି ସହଯୋଗ ମିଳି ସ୍ଥାୟୀ ଯଂଜ୍ଞ ମଣ୍ଡପ ଟିଏ ନିର୍ମାଣ ହୋଇ ପାରନ୍ତା ତେବେ ଭଲ ହୁଅନ୍ତା ବୋଲି ମତ ରଖିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକ।

(ରତ୍ନାକର ହୋତାଙ୍କ ସହିତ ଚିତ ରଂଜନ ମିଶ୍ର ଙ୍କ ରିପୋର୍ଟ )
Post a Comment