//BREAKING//
Loading...

ତାଣ୍ଡବ ରଚିଲା କାଳ ବୈଶାଖୀ ,ଉଡ଼ିଲାଛପର ଭାଙ୍ଗିଲା ଘର

 




ଦଶପଲ୍ଲା : - ମହାବାତ୍ୟା, ଫାଇଲିନ୍ , ହୁଡ଼୍ହୁଡ଼୍ କୁ ବି ବଳାଇଗଲା କାଳ ବୈଶାଖୀ । ଗତ କିଛି ବର୍ଷ ମଧ୍ୟରେ ଏଭଳି କାଳ ବୈଶାଖୀ ହୋଇନଥିଲା । ଗତ ୧୯ ତାରିଖ ଅପରାହ୍ନ ୨ଟା ବେଳକୁ ଆରମ୍ଭ ହେଲା ବର୍ଷା ‌ସହିତ ପବନ ଆଉ ଘଡ଼ଘଡ଼ି ଚଡଚଡି। ପବନର ବେଗ ଆନୁମାନିକ ୬୦ ରୁ ୯୦ କି.ମି ଓ ଝଟକା ପବନ ୧୦୦ ରୁ ଅଧିକ ଥିଲା । ଯାହା ଫଳରେ ଦଶପଲ୍ଲା ବ୍ଲକ୍ ଚଢେୟାପଲ୍ଲୀ ଅନ୍ତର୍ଗତ ବାମ୍ ଗ୍ରାମର ଅନେକ ବାସଗୃହ ଧ୍ବଂସସ୍ତୁପରେ ପରିଣତ ହୋଇଛି । ବହୁ ପୁରାତନ ଗଛ ଭାଙ୍ଗିବା ସହିତ କେତେକ ପ୍ରାକୃତିକ ଜଂଗଲ ମଧ୍ୟ ସଂପୂର୍ଣ୍ଣ ଭାବରେ ଧ୍ବସ୍ତ ହୋଇଯାଇଛି । ବିଶେଷ ଭାବରେ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ହାଡିବଂଧୁ ମହାଖୁଡ , ଯଦୁମଣି ମହାଖୁଡ଼ ଓ ରତ୍ନାକର ମହାଖୁଡକଂ ଘର ଉଡ଼ି ଯିବା ସହିତ ଏକ ବିରାଟ ଗଛ ମାଡି ବସିବା ଯୋଗୁଁ ହାଡିବଂଧୁ ମହାଖୁଡ କଂ ବାସଗୃହ ସଂପୂର୍ଣ୍ଣ ଭାବରେ ଭାଂଗି ଯାଇଥିବା ଜଣାପଡ଼ିଛି । କ୍ଷତିଗ୍ରସ୍ତ ମାନକୁଂ ଶିଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହେଉଛି ।  

                 (ରତ୍ନାକର ହୋତାଙ୍କ ରିପୋର୍ଟ )


 

Post a Comment

Previous Post Next Post

ଉତ୍ସର୍ଗ ନ୍ୟୁଜ ଆରମ୍ଭ ମାତ୍ର

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe