କଟକ : ରକ୍ତଦାନ ମହତ୍ ଦାନ । ସାରାରାଜ୍ୟରେ ଏବେ ରକ୍ତର ଆବଶ୍ୟକତା ଦେଖାଦେଇଛି। ଯାହାଦ୍ୱାରା ବହୁତ ଦୁରାରୋଗ୍ୟ ବ୍ୟାଧିରେ ପୀଡିତ ରୋଗୀ ଓ ଥାଲାସିମିଆ ରୋଗରେ ପୀଡ଼ିତ ଛୋଟଛୋଟ ଛୁଆ ମାନେ ରକ୍ତ ଅଭାବରୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ରକ୍ତଭଣ୍ଡାରରେ ରକ୍ତର ଅଭାବକୁ ଲକ୍ଷ୍ୟକରି କଟକର ଅଗ୍ରଣୀ ସାମାଜିକ ସଂଗଠନ ସ୍ବପ୍ନ ଫାଉଣ୍ଡେସନ ଓ ଭୁବନେଶ୍ୱର କଟକ କମିଶନରେଟ ପୋଲିସର ମିଳିତ ଉଦ୍ୟମରେ ରବିବାର ସ୍ଥାନୀୟ ଚାଉଳିଆଗଞ୍ଜ ସ୍ଥିତ ଶ୍ରୀକ୍ଷେତ୍ର ମଣ୍ଡପ ଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା ।ବହୁ ରକ୍ତଦାତା ଶିବିରରେ ପହଂଚି ରକ୍ତଦାନ କରିଥିଲେ ।ଏହି ଶିବିରରେ ମୋଟ ୪୦୩ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ।ବିଭିନ୍ନ ସମୟରେ ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ ସହ ଗ୍ରୀଷ୍ମଦିନେ ଶହଶହ ୟୁନିଟ ରକ୍ତ ସଂଗ୍ରହ କରି ରକ୍ତଭଣ୍ଡାର କୁ ସମୃଦ୍ଧ କରିବା ନିମନ୍ତେ ସ୍ବପ୍ନ ଫାଉଣ୍ଡେସନ ପ୍ରତିଥର ପ୍ରୟାସ ଜାରି ରଖୁଛି। ଯାହାଦ୍ୱାରା ବହୁତ ରୋଗୀ ଓ ଥାଲାସିମିଆ ରୋଗରେ ପୀଡ଼ିତ କୁନିକୁନି ପିଲାମାନଙ୍କ ଜୀବନ ରକ୍ଷା ହୋଇପାରିବ।
ରକ୍ତଦାତା ମାନେ ହେଲେ ଜୀବନ ଦାତା ସେମାନଙ୍କୁ ଉତ୍ସାହିତ କରିବାକୁ ଆଗାମୀ ଦିନରେ ବହୁ ପଦକ୍ଷେପ ନିଆଯିବ ବୋଲି ମତ ଦେଇଥିଲେ ସ୍ବପ୍ନ ଫାଉଣ୍ଡେସନର ସଭାପତି ସୁଧାଂଶୁ ପାତ୍ର।ଏହି କାର୍ଯ୍ୟକ୍ରମରେ କଟକ ଡିସିପି ଖିଲାରି ଋଷିକେଶ,ଅତିରିକ୍ତ ଡିସିପି ଅମରେଶ ପଣ୍ଡା,ଦେବଦତ୍ତ କର,ଏସିପି କୃଷ୍ଣଚନ୍ଦ୍ର ସେଠି,ଅମିତାଭ ମହାପାତ୍ର,ଚାଉଳିଆଗଞ୍ଜ ଥାନା ଅଧିକାରୀ ଚିନ୍ତେଶ୍ୱର ମୁଣ୍ଡା,ଜଗତପୁର ଥାନା ଅଧିକାରୀ ଅନିରୁଦ୍ଧ ନାୟକ,ମାଲଗୋଦାମ ଥାନା ଅଧିକାରୀ ରଜନୀକାନ୍ତ ଦାସ,ସିଆରଆଇ ଥାନା ଅଧିକାରୀ ବିଜୟ କୁମାର ବାରିକ,କର୍ପୋରେଟର ଗଗନ ଓଝା,ଇଂ ସୁବ୍ରତ ଘଡେ଼ଇ,ଚାଉଳିଆଗଞ୍ଜ ପୂଜା କମିଟି ସମ୍ପାଦକ ନିରଞ୍ଜନ ସାହୁ,ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ବିଜୟ ସାହୁ,ଖାନନଗର ପୂଜା କମିଟି ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ,ସୂଚନା ଅଧିକାର କର୍ମୀ ଜିତେନ୍ଦ୍ର ସାହୁ,ଆଡ଼ଭୋକେଟ ସ୍ମୃତି ଦାସ ପ୍ରମୁଖ ଯୋଗଦେଇଥିବା ବେଳେ ହାସ୍ୟ ଅଭିନେତା ପୂର୍ଣ୍ଣ ଚନ୍ଦ୍ର ହିଷ୍ଟ୍ରିଆ ଙ୍କ ସମେତ ବହୁ ଅଭିନେତା ଓ ଗାୟକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ।

Post a Comment