ଭୁବନେଶ୍ୱର : ଆସନ୍ତା ୧୩ ରୁ ୧୪ ତାରିଖ ଦୁଇଦିନ ବ୍ୟାପି ଅଷ୍ଟମ ଯଶୁଆପୁର ମହୋତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବାବେଳେ ନିଜ ମାଟିର କଳା ,ସଂସ୍କୃତି ଓ ଐତିହକୁ ଉଦ୍ ଜୀବିତ କରିବା ଉଦ୍ଦେଶ୍ୟରେ ଏହା ଆୟୋଜିତ ହେଉଥିବାରୁ ଚଳିତବର୍ଷ ବହୁ ନାମୀଦାମୀ କଳାକାର ମହୋତ୍ସବ ମଞ୍ଚରେ ନିଜର କଳା ପ୍ରଦର୍ଶନ କରିବେ ।ଚଳିତବର୍ଷ ବିଶେଷକରି ଓଡ଼ିଶୀନୃତ୍ୟ, ଗୋଟିପୁଅ ନୃତ୍ୟ,ସମ୍ବଲପୁରୀ,ଆଦିବାସୀ, ଢେମସା ପ୍ରମୁଖ ପାରମ୍ପରିକ ନୃତ୍ୟ ପରିବେଷଣ ହେବ । ୧୪ ତାରିଖ ସନ୍ଧ୍ୟାରେ ଏହାର ଉଦଯାପନୀ କରାଯିବ ।ଏହି ଉପଲକ୍ଷେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭକରିଥିବା ବ୍ୟକ୍ତିବିଶେଷଙ୍କୁ ଯଶୁଆପୁର ମହୋତ୍ସବରେ ସମ୍ମାନିତ କରାଯିବ ବୋଲି ବୁଧବାର ଶ୍ରୀକନଭେନସନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯଶୁଆପୁର ବିକାଶ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ ପ୍ରତିଷ୍ଠାତା ତଥା ମୁଖ୍ୟ ପରିଚାଳନାକାରୀ ରଞ୍ଜନ କୁମାର ମହାପାତ୍ର ,ଆବାହକ ଦୀନବନ୍ଧୁ ଭୋଇ ,ଉପଦେଷ୍ଟା ବିଦୁଭୂଷଣ ପଟ୍ଟନାୟକ ,ନାରାୟଣ ବେହେରା ,ନଳିନୀକାନ୍ତ ମହାପାତ୍ର , ସରପଞ୍ଚ ରମାଲତା ନାୟକ ପ୍ରମୁଖ ସୂଚନା ଦେଇଥିବା ଜଣାପଡିଛି।ଏହି କାର୍ଯ୍ୟକ୍ରମରେ ମହୋତ୍ସବ ଜର୍ସି ଓ ପୋଷ୍ଟର ଉନ୍ମୋଚିତ ଏବଂ ଯଶୁଆପୁର ଗ୍ରାମ ସମ୍ପର୍କିତ ଦ୍ୱିତୀୟ ଗୀତ "ଆମ ଯଶୁଆପୁର " ରିଲିଜ୍ ସମ୍ମିଳନୀରେ ହୋଇଥିଲା ।
Post a Comment