ଦଶପଲ୍ଲା ଏନଏସି ଅନ୍ତର୍ଗତ ଗଣେଶ ବଜାରରେ ଆଜି ଅଗ୍ନିକାଣ୍ଡ ଘଟି ଦିଲ୍ଲୀପ କୁମାର ସାହୁଙ୍କ ସ୍ନାକ୍ସ ଦୋକାନ ଜଳିଯିବା ସହିତ ଦୋକାନ ଭିତରେ ଥିବା ସମସ୍ତ ମୂଲ୍ୟବାନ ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି ।ଖବର ପାଇ ଘଟଣା ସ୍ଥଳରେ ଦଶପଲ୍ଲା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।ସର୍ଟସର୍କିଟ ଯୋଗୁଁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଥିବା ବେଳେ କ୍ଷତିଗ୍ରସ୍ତ ଦୋକାନୀଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବି ହୋଇଥିବା ଜଣାପଡ଼ିଛି।
Post a Comment