ଟ୍ରାଇ ତଥ୍ୟ କହୁଛି, ଚଳିତ ବର୍ଷ ଜୁନ୍ରେ ରିଲାଏନ୍ସ ଜିଓ ରାଜ୍ୟରେ ସର୍ବାଧିକ ୨ ୭୨,୭୫୯ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଭାରତୀ ଏୟାରଟେଲ୍ ୫୦,୨୪୧ ଗ୍ରାହକଙ୍କୁ ନିଜ ନେଟ୍ୱର୍କରେ ସାମିଲ କରିଛି। ଏହି ସମୟରେ ଅନ୍ୟ ଦୁଇ ଅପରେଟର ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ଓ ଭୋଡାଫୋନ୍ ଆଇଡିଆର ପୁରୁଣା ଗ୍ରାହକ ହରାଇବା ଧାରା ଜାରି ରହିଛି। ଭୋଡାଫୋନ୍ ଆଇଡିଆ ୧୮,୧୫୯ ଗ୍ରାହକଙ୍କୁ ହରାଇଥିବା ବେଳେ ବିଏସ୍ଏନ୍ଏଲ୍ ୭୮୪୨ ଜଣ ଗ୍ରାହକଙ୍କୁ ହରାଇଛି।
ଅଧିକ ସଂଖ୍ୟାରେ ନୂତନ ଗ୍ରାହକ ସୃଷ୍ଟି ହୋଇଥିବାରୁ ରାଜ୍ୟରେ ଟେଲି ସାନ୍ଧ୍ରତା ୭୮.୦୫ ପ୍ରତିଶତକୁ ବୃଦ୍ଧି ପାଇଛି। ଏହାର ଅର୍ଥ ହେଉଛି ହାରାହାରି ଭାବେ ରାଜ୍ୟରେ ପ୍ରତି ୧୦୦ ଲୋକଙ୍କ ମଧ୍ୟରୁ ୭୮ ଜଣଙ୍କ ପାଖରେ ଟେଲିଫୋନ୍ ସଂଯୋଗ ରହିଛି। ଏଭଳି ପ୍ରଦର୍ଶନ ସତ୍ତ୍ବେ ଟେଲିକମ୍ ସେବାକୁ ରାଜ୍ୟର ସବୁ ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ଓଡ଼ିଶାକୁ ଆହୁରି ଅନେକ ଦୂର ଯିବାକୁ ପଡ଼ିବ। କାରଣ ଜାତୀୟ ଟେଲି ସାନ୍ଧ୍ରତା ୮୯.୯୫ ପ୍ରତିଶତଠାରୁ ଓଡ଼ିଶା ବହୁ ପଛରେ ରହିଛି। କେବଳ ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ଆସାମଠାରୁ ଓଡ଼ିଶା ଭଲ ସ୍ଥିତିରେ ଅଛି। ମହାରାଷ୍ଟ୍ର, ତାମିଲନାଡ଼ୁ, କର୍ଣ୍ଣାଟକ, ପଞ୍ଜାବ, ହିମାଚଳପ୍ରଦେଶ, କେରଳ ଓ ଦିଲ୍ଲୀରେ ଜନସଂଖ୍ୟାଠାରୁ ମୋବାଇଲ୍ ସଂଯୋଗ ସଂଖ୍ୟା ଅଧିକ ରହିଛି।
Post a Comment